ଓଡ଼ିଶା ଆସିଲା କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ମୃତଦେହ

ଭୁବନେଶ୍ବର – କୁଏତର ଏକ ଆପାର୍ଟମେଣ୍ଟରେ ଗତ ବୁଧବାର ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ମୃତଦେହ ଆଜି ଓଡ଼ିଶା ପହଞ୍ଚିଛି ।

ମହମ୍ମଦ ଜହୁର ଏବଂ ସନ୍ତୋଷ ଗୌଡଙ୍କ ମୃତଦେହ ଭୁବନେଶ୍ବରରେ ବିମାନ ବନ୍ଦରରେ ପହଞ୍ଚିଲା ସେଠାରେ ଉପସ୍ଥିତ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେଇଥିଲେ। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ସେଠାରେ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମୃତଦେହ ନେବାକୁ ଉଭୟଙ୍କ ପରିବାର ଲୋକ ଅପେକ୍ଷା କରିଥିଲେ । କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ମହମ୍ମଦ ଜହୁର ହେଉଛନ୍ତି ଆଠଗଡ ତିଗିରିଆ ଅଞ୍ଚଳର ବାସିନ୍ଦା । ଅନ୍ୟ ମୃତକ ସନ୍ତୋଷ ଗୈ।ଡ଼ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗ୍ରାମର ବାସିନ୍ଦା । କୁଏତ ଅଗ୍ନିକାଣ୍ଡରେ ମୋଟ ୪୯ ମୃତକଙ୍କ ମଧ୍ଯରୁ ୪୫ ଜଣ ହେଉଛନ୍ତି ଭାରତୀୟ।

Comments are closed, but trackbacks and pingbacks are open.