ସମଗ୍ର ଓଡ଼ିଶାରେ ମୋୖସୁମୀ ଅଗ୍ରସର ପାଇଁ ଆହୁରି ସମୟ ଲାଗିବ : ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା

ଭୁବନେଶ୍ୱର – ସମଗ୍ର ଓଡ଼ିଶାରେ ମୋୖସୁମୀ ଅଗ୍ରସର ହେବା ପାଇଁ ଆହୁରି ସମୟ ଲାଗିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି। ଆଉ ୩-୪ ଦିନ ଉପକୂଳ ଓଡ଼ିଶାରେ ତାତି ହନ୍ତସନ୍ତ କରିବ ବୋଲି ସେ କହିଛନ୍ତି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକାଙ୍କ ସୂଚନା ଅନୁସାରେ ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜୁନ୍‌ ୧ରୁ ଆଜି ଯାଏଁ ରାଜ୍ୟରେ ୪୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ବୋଲି ସେ କହିଛନ୍ତି।

Comments are closed.