ସ୍କୁଲ ଖୋଲିବା ପ୍ରସଙ୍ଗ : ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳ ମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର – ପାଣିପାଗ ବିଭାଗର ସୂଚନାକୁ ଭିତ୍ତି କରି ସ୍କୁଲ ଖୋଲିବା ନିଷ୍ପତ୍ତି ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ । ଏହି ନିର୍ଦ୍ଦେଶ ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

Comments are closed.