ଜୁଲାଇ ୮ରେ ରତ୍ନଭଣ୍ଡାର ଖୋଲାଯିବ ନାହିଁ: ଆଇନ ମନ୍ତ୍ରୀ 

ଭୁବନେଶ୍ୱର – ଶ୍ରୀମନ୍ଦିର ରତ୍ନଭଣ୍ଡାର ଆସନ୍ତା ମାସ ୮ ତାରିଖରେ ଖୋଲାଯିବ ବୋଲି ଏଏସଆଇର ଜଣେ ଅଧିକାରୀ କହିଥିଲେ ମଧ୍ୟ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ନେଇ ନିଷ୍ପତ୍ତି ହୋଇନି ବୋଲି କହିବା ପରେ ସଂଶୟ ସୃଷ୍ଟି ହୋଇଛି। ଆଇନ ମନ୍ତ୍ରୀ କହିଛନ୍ତି ଯେ, ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ କୌଣସି ନିଷ୍ପତ୍ତି ହୋଇନି। ଏ ସଂପର୍କରେ ଛତିଶା ନିଯୋଗ ବୈଠକରେ କିଛି ବି ନିଷ୍ପତ୍ତି ହୋଇନି। ଜଣେ ଏଏସ ଆଇ ଅଧିକାରୀ ଏ ସଂପର୍କରେ ବିଭ୍ରାନ୍ତିକର ସୂଚନା ଦେଇଛନ୍ତି। ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। କେବେ ରତ୍ନଭଣ୍ଡାର ଖୋଲାଯିବ, ତା’ଉପରେ ପ୍ରଥମେ ତର୍ଜମା କରାଯିବ। ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

Comments are closed.