ସୁରମା ପାଢୀ ହେଲେ ବିଧାନସଭା ବାଚସ୍ପତି

ଭୁବନେଶ୍ୱର – ନବଗଠିତ ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ବିଜେପି ବିଧାୟିକା ସୁରମା ପାଢ଼ୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଆଜି ଗୃହରେ ଏ ନେଇ ଔପଚାରିକ ଭାବେ ଘୋଷଣା କରାଯାଇଛି। ବାଚସ୍ପତି ପ୍ରାର୍ଥୀ ଭାବେ ସୁରମା ଏକମାତ୍ର ପ୍ରାର୍ଥୀ ଭାବେ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଥିଲେ।

ସୁରମାଙ୍କୁ ସର୍ବସମ୍ମତିକ୍ରମେ ବାଚସ୍ପତି ଭାବେ ନିର୍ବାଚିତ କରିବାକୁ ଗୃହରେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ପ୍ରସ୍ତାବ ଆଗତ କରିଥିଲେ । ପ୍ରସ୍ତାବକୁ ସଂସଦୀୟ ବ୍ଯାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମର୍ଥନ କରିଥିଲେ । ସୁରମା ନିର୍ଦ୍ବନ୍ଦ୍ବରେ ବାଚସ୍ପତି ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିବା ନେଇ ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ଘୋଷଣା କରିବା ପରେ ଗୃହର ସଦସ୍ଯଙ୍କ ଉପସ୍ଥିତିରେ ଦାୟିତ୍ବ ଗ୍ରହଣ କରିବା ସହ ଆସନ ଅଳଙ୍କୃତ କରିଥିଲେ ସୁରମା । ଓଡ଼ିଶା ବିଧାନସଭା ଇତିହାସରେ ସୁରମା ପାଢ଼ୀ ହେଉଛନ୍ତି ଦ୍ୱିତୀୟ ମହିଳା ବାଚସ୍ପତି। ପୂର୍ବରୁ ନବୀନ ସରକାରରେ ପ୍ରମିଳା ମଲ୍ଲିକ ପ୍ରଥମ ମହିଳା ବାଚସ୍ପତି ହୋଇଥିଲେ ।

Comments are closed.