ଲାଞ୍ଚ ନେବାବେଳେ ଧରାପଡ଼ିଲେ ତହସିଲ ଅଫିସର ବରିଷ୍ଠ କିରାଣୀ

ଭୁବନେଶ୍ୱର – ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ବରିଷ୍ଠ କିରାଣୀ । କଟକ ଜିଲ୍ଲା ଡମପଡ଼ା ତହସିଲ ଅଫିସର ବରିଷ୍ଠ କିରାଣୀ ପ୍ରଶାନ୍ତ କୁମାର ରାଉତ ଜମି ପଟ୍ଟାର ନକଲ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୨ ହଜାର ୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଭିଜିଲାନ୍ସର ଅଭିଯୋଗ କରିଥିଲେ ସଂପୃକ୍ତ ବ୍ୟକ୍ତି । ଅଭିଯୋଗକାରୀ ଆଜି ଲାଞ୍ଚ ବାବଦକୁ ୩ ହଜାର ଟଙ୍କା ରାଉତଙ୍କୁ ଦେଉଥିବାବେଳେ ପୂର୍ବ ଯୋଜନା ଅନୁସାରେ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅନୁମାନରେ ରାଉତଙ୍କର ୨ଟି ଠିକଣାରେ ଭିଜିଲାନ୍ସ ଟିମ ଏକକାଳୀନ ଚଢାଉ କରିଛି ।

Comments are closed, but trackbacks and pingbacks are open.