ଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି ଖଳି ଲାଗି ଏକାଦଶୀ

ଗତକାଲି ଆଷାଢ଼ କୃଷ୍ଣ ଏକାଦଶୀ।ଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି ଖଳି ଲାଗି ଏକାଦଶୀ। ଶାସ୍ତ୍ରରେ ଏହି ଏକାଦଶୀ କୁ ଯୋଗିନୀ ଏକାଦଶୀ କୁହାଯାଇଛି। ଶ୍ରୀମନ୍ଦିର ବିଧି ବ୍ୟବସ୍ଥା ଅନୁସାରେ ଏହି ଏକାଦଶୀ କୁ ସ୍ଥାନୀୟ ଭାଷାରେ ଅଣସର ଏକାଦଶୀ ବା ଖଳି ଲାଗି ଏକାଦଶୀ କୁହାଯାଏ। ଏହିଦିନ ଶ୍ରୀଜୀଉ ମାନଙ୍କ ଶ୍ରୀଅଙ୍ଗରେ ସୁବାସିତ ଦ୍ରବ୍ୟ ଲେପନ ଚନ୍ଦନ, କର୍ପୂର, ଚୁଆ, କସ୍ତୁରୀ, କୁଂକୁମ କୁ ମିଶ୍ରଣ କରି ଲାଗି କରାଯାଇଥିଲା। ମହାପ୍ରଭୁ ସୁସ୍ଥ ହୋଇଥିବାରୁ ଏକାଦଶୀ ଠାରୁ ଅଣସର ଘରେ ପୂଜା ସମୟ ରେ ଘଣ୍ଟ ବାଜିବା ସହିତ ନୈବେଦ୍ୟ ରେ ତୁଳସୀ ପତ୍ର ପଡି ଭୋଗ ଲାଗି ହୋଇଥିଲା।

ରାତ୍ରରେ ମହାପ୍ରଭୁଙ୍କ ନୀତି ସମାପନ ପରେ ଶୁଦ୍ଧ ସୁଆର ଯୋଗାଇଥିବା ଖଳି ଶ୍ରୀଅଙ୍ଗରେ ଲାଗି ହୋଇଥିଲା। ଗହମ ଗୁଣ୍ଡ କୁ ଶୁକ୍ଳ ବସ୍ତ୍ରରେ ଛଣାଯାଇ ଖଳି ପ୍ରସ୍ତୁତ ହୋଇଥାଏ। ସେହିପରି ଶଙ୍ଖ କୁ ପୋଡି ତାର ଭସ୍ମ ରେ ଖଡ଼ି ପ୍ରସ୍ତୁତ କରି ଶ୍ରୀଅଙ୍ଗର ଶୋଭା ବର୍ଦ୍ଧନ ପାଇଁ ଲେପନ କରାଯାଏ। ଯାହାକୁ ଶ୍ରୀମନ୍ଦିର ଭାଷାରେ ଖାଳିଲାଗି କୁହାଯାଏ।ଆଜି ମହାପ୍ରଭୁ ସୁସ୍ଥତା ଅନୁଭବ କରିବାରୁ ଶ୍ରୀଜୀଉ ଙ୍କ ପୂଜାରେ ବାଦ୍ୟ ବାଜିବା ସହିତ ପୂଜାରେ ତୁଳସୀ ବ୍ୟବହାର କରାଯିବ।

ଆଜି ସମସ୍ତ ନୀତିକାନ୍ତି ସହିତ ଶୁଦ୍ଧ ସୁଆର ଯୋଗାଇଥିବା ଖଳି ଶ୍ରୀଅଙ୍ଗରେ ଲାଗିହେବା ଦ୍ୱାରା ଶ୍ରୀମୁଖ ଉଜ୍ଜ୍ୱଳ ଦିଶିବ। ଧୀରେ ଧୀରେ ପ୍ରଭୁ ସୁସ୍ଥ ହେଉଥିବାରୁ ତାଙ୍କର ଅଙ୍ଗକାନ୍ତି ସେବା ଆଗକୁ ଆଗକୁ ସେବକମାନେ ନେଉଛନ୍ତି। ଏହି ଏକାଦଶୀ ତାହାର ଏକ ଉପକ୍ରମ ମାତ୍ର

Comments are closed, but trackbacks and pingbacks are open.