ଶ୍ରୀଲଙ୍କାରେ ପହଞ୍ଚିଲା ଟିମ୍ ଇଣ୍ଡିଆ

ପାଲେକେଲ: ନୂଆ କୋଚ୍ ଗୌତମ ଗମ୍ଭୀର ଓ ନବନିଯୁକ୍ତ ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ହ୍ୱାଇଟ୍ ବଲ୍ ସିରିଜ୍ ଖେଳିବା ପାଇଁ ଶ୍ରୀଲଙ୍କାରେ ପହଞ୍ଚିଛି । ଭାୟା କଲମ୍ବୋ ହୋଇ ଶ୍ରୀଲଙ୍କାରେ ପହଞ୍ଚିବା ପରେ ଏଠାରେ ଟି୨୦ ବିଶ୍ୱ ଚାମ୍ପିୟନ ଭାରତୀୟ ଦଳକୁ ଉଚ୍ଛ୍ୱସିତ ସ୍ୱାଗତ ଦିଆଯାଇଥିଲା । ଭାରତୀୟ ଖେଳାଳି ପ୍ରଶଂସକ ମାନଙ୍କୁ ଅଟୋଗ୍ରାଫ୍ ଦେବା ସହ ସେମାନଙ୍କ ସହ ସେଲ୍‌ଫି ନେଇଥିଲେ ।

୧୫ ଜଣିଆ ଭାରତୀୟ ଦଳ ସୋମବାର ମୁମ୍ବାଇରୁ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିଥିଲା । ସେହି ଦିନ ହିଁ ଭାରତୀୟ ଦଳ ଶ୍ରୀଲଙ୍କ୍‌ାରେ ପହଞ୍ଚିଥିଲା । କିଛି ସମୟ କଲମ୍ବୋରେ ରହିବା ପରେ ଟିମ୍ ଇଣ୍ଡିଆ ପାଲେକେଲ ଯାଇଥିଲା । ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ୩ଟି ଟି୨୦ ଓ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍ ଖେଳିବ । ଟି୨୦ ସିରିଜ୍ ଜୁଲାଇ ୨୭ରୁ ଆରମ୍ଭ ହେବ ।

Comments are closed.