ଗୀତା ଉପଦେଶ:- ଆଧ୍ୟାତ୍ମିକ ଲକ୍ଷ୍ୟପ୍ରାପ୍ତି ପାଇଁ ନିଶ୍ଚିତ ଭାବେ ତ୍ୟାଗର ଆବଶ୍ୟକତା ଅଛି 

ବାଖ୍ୟା :- ଶ୍ରୀକୃଷ୍ଣ ବର୍ତ୍ତମାନ ଉଚ୍ଚଶ୍ରେଣୀର ତ୍ୟାଗ ବିଷୟରେ ଆଲୋଚନା କରୁଛନ୍ତି, ଯେଉଁଠାରେ ଆମେ ବିହିତ କର୍ମ କରିଥାଉ, କିନ୍ତୁ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରିଥାଉ । ସେ ଏହାକୁ ସର୍ବଶ୍ରେଷ୍ଠ ତ୍ୟାଗ ରୂପେ ଅଭିହିତ କରିଛନ୍ତି, ଯାହା ସାତ୍ତ୍ୱିକ ଗୁଣରେ ସ୍ଥିତ ହୋଇଥାଏ।*

“କାର୍ଯ୍ୟମିତ୍ୟେବ ଯତ୍କର୍ମ ନିୟତଂ କ୍ରିୟତେଽର୍ଜୁନ।
ସଙ୍ଗଂ ତ୍ୟକ୍ତ୍ୱା ଫଳଂ ଚୈବ ସ ତ୍ୟାଗଃ ସାତ୍ତ୍ୱିକୋ ମତଃ।”

ହେ ଅର୍ଜୁନ ! ଯେତେବେଳେ କର୍ତ୍ତବ୍ୟର ଆହ୍ୱାନରେ କର୍ମ କରାଯାଇଥାଏ ଏବଂ କର୍ମଫଳ କାମନା ତ୍ୟାଗ କରାଯାଇଥାଏ, ତାହାକୁ ସତ୍ତ୍ୱଗୁଣ ବିଶିଷ୍ଟ ତ୍ୟାଗ କୁହାଯାଏ।

Comments are closed.