ସରକାରୀ ଗାଡିରୁ ୫ ଲକ୍ଷ ଟଙ୍କା ସହ ଗୋଲାମୁଣ୍ଡା ବିଡିଓଙ୍କୁ ଧରିଲା ଭିଜିଲାନ୍ସ 

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି ଭିଜିଲାନ୍ସ। ୫ ଲକ୍ଷ ଟଙ୍କା ସହ ଧରାପଡିଲେ ବିଡିଓ ଅକ୍ଷମିତା କାର୍ତ୍ତିକ। ଭବାନୀପାଟଣାରୁ ମିଟିଂ ସାରି ସରକାରୀ ଗାଡ଼ିରେ ଫେରିଲାବେଳେ ଜାରିଂ ଛକରେ ଧରାପଡ଼ିଲେ ବିଡିଓ ଅକ୍ଷମିତା । ଭବାନୀପାଟଣା ଭିଜିଲାନ୍ସ ଅଫିସରେ ବିଡିଓଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

ଅକ୍ଷମିତା କାର୍ତ୍ତିକ ସରକାରୀ ଗାଡିରେ ୫ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଂ ନିକଟରେ ମାଡି ବସିଥିଲା ଭିଜିଲାନ୍ସ ବିଭାଗର ୧୫ ଜଣିଆ ସ୍ବତନ୍ତ୍ର ଟିମ୍ । ଗାଡିରେ ଥିବା ନଗଦ ଟଙ୍କା ଜବତ କରିବା ସହ ବିଡିଓଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟଳୟରେ ଅଟକ ରଖି ପଚରାଉଚୁରା କରୁଛି । ଅନ୍ୟ ୩ଟି ଟିମ୍ ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଓ ବିଡିଓଙ୍କ ବାସଭବନରେ ଚଢାଉ କରିଛି ।

Comments are closed.