ସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣିତ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି I

ଏଥିରେ ବେଆଇନ ମଦ କାରବାରକୁ ରୋକିବା ତଥା ମଦ୍ୟପାନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ନିମ୍ନଲିଖିତ ସର୍ତ୍ତ ମାନ ରଖା ଯାଇଛି I

• ଚଳିତ ଆର୍ଥିକ ବର୍ଷରେ କୌଣସି ନୂଆ IMFL OFF shop / CL shop /OS shop ଖୋଲାଯିବା ନାହିଁ ।

• ଗ୍ରାମାଞ୍ଚଳ ରେ କେବଳ 3-star ଏବଂ ତଦୁର୍ଦ୍ଧ category ର ହୋଟେଲ ବ୍ୟତୀତ କୌଣସି ନୂଆ ON shop ଖୋଲା ଯିବାର ବ୍ୟବସ୍ତା କରାଯାଇନାହିଁ ।

• ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ON Shop ର ପୁନଃ ନବୀକରଣ କରାଯିବନାହିଁ ।

• ପ୍ରତିବର୍ଷ ବର୍ଦ୍ଧିତ ହେଉଥିବା MGQ factor ର ଚଳିତ ବର୍ଷ ବର୍ଦ୍ଧିତ ହେବନାହିଁ ।

• Bar ଗୁଡିକ କେବଳ ସଙ୍ଗୀତ ପରିବେଷଣ ର ଅନୁମତି ପାଇବେ । କିନ୍ତୁ ନୃତ୍ୟ ପରିବେଷଣ (Bar Dance)କୁ ଅନୁମତି ଦିଆଯିବ ନାହିଁ।

• ନିଶା ସେବନ ବିରୁଦ୍ଧ ରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି।

. ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର କରିବା ପାଇଁ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି I

Comments are closed.