ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି ସମ୍ପର୍ଣ୍ଣ

ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଲ ପଞ୍ଚମୀରେ ଏକ ବିଶେଷ ବିଧି ପାଳିତ ହୋଇଥାଏ ! ତାହାକୁ ଋଷି ପଞ୍ଚମୀ ବ୍ରତ ନାମରେ ଅଭିହିତ କରାଯାଇଥାଏ ! ଶ୍ରୀମନ୍ଦିରରେ ଏହି ବ୍ରତ ପାଳନ ନିଜେ ମା’ ଲକ୍ଷ୍ମୀ ଠାକୁରାଣୀ ପାଳନ କରିଥାନ୍ତି ! ଏକ ଉପାଖ୍ୟାନରୁ ଜଣାଯାଏ ଯେ, ସ୍ତ୍ରୀମାନେ ରଜସ୍ୱଳା ସମୟରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ କରିଥାନ୍ତି ତେବେ ସେଥିରୁ ମୁକ୍ତି ପାଇବାପାଇଁ ନିର୍ଦ୍ଦିଷ୍ଟ ସପ୍ତ ଋଷିଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ! ସେହି ବିଧି ଅନୁଯାୟୀ ଏହି ଦିନ ସକାଳ ଧୂପ ନୀତି ବଢିବାପରେ ମହାଜନ ସେବକ ଶ୍ରୀଦେବୀଙ୍କୁ ସିଂହାସନରୁ ବିଜେ କରାଈଥାନ୍ତି। ପୂଜାପଣ୍ତା ଆଜ୍ଞାମାଳ ଦେବାରେ ମୁକ୍ତିମଣ୍ତପ ତଳେ ଥିବା ପାଲିଙ୍କିରେ ବିଜେ କରି ଶ୍ରୀଦେବୀ ମାର୍କଣ୍ତେୟ ମହାଦେବଙ୍କ ନିକଟକୁ ଯାଇଥାନ୍ତି ! ସେଠାରେ ଶ୍ରୀଦେବୀଙ୍କର ସ୍ନାନବିଧି ମାଜଣା କରାଯାଏ ଓ ତତ୍ପରେ ପୂଜାପଣ୍ତା ମାର୍କଣ୍ତେୟ ଉପସ୍ଥିତିରେ ସପ୍ତଋଷିଙ୍କୁ ନୈବେଦ୍ୟ ସମର୍ପଣ କରନ୍ତି !

ଏହାପରେ ପୂଜାପଣ୍ତା ବ୍ରତକଥା ପଠନ କରନ୍ତି ! ଏହି ବ୍ରତ କଥାରେ ପୂର୍ବକାଳରେ ଏକ ବ୍ରାହ୍ମଣ ଦମ୍ପତ୍ତି କିପରି ଦୋଷଯୁକ୍ତ ହୋଇ ପଶୁ ଜନ୍ମଲାଭ କରିଥିଲେ। ସେମାନଙ୍କର ସନ୍ତାନ ଋଷିପଞ୍ଚମୀ ବ୍ରତ କରିବାରୁ ସେହି ଦୋଷରୁ ମୁକ୍ତିଲାଭ କରିଥିଲେ, ଏହା ବର୍ଣ୍ଣିତ ଅଛି ! ଏହି ବ୍ରତ କଥା ପରେ ଆରତି କରାଯାଏ ଏବଂ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ପ୍ରତ୍ୟାଗମନ କରିଥାନ୍ତି। ପରେ ମଧ୍ୟାହ୍ନ ଧୂପ କରାଯାଏ ! ଏହି ବ୍ରତରେ ଋଷି ମାନଙ୍କୁ କ୍ଷୀର ଓ ଦହି ଓ ଅନ୍ୟାନ୍ୟ ଫଳ ଭୋଗ କରାଯାଏ ! ଶ୍ରୀଦେବୀ ଏହିଦିନ ତାଙ୍କର ବ୍ରତ ଉପଲକ୍ଷେ ମନ୍ଦିର ର ପୂଜାପଣ୍ତାଙ୍କୁ ଛଞ୍ଚା ଦେଇଥାନ୍ତି । ଅନେକ କିଛି ଲୌକିକ ଲୀଳା ର ଏହା ଶ୍ରୀଜୀଉଙ୍କ ଏକ ମାନବୀୟ ଲୀଳା ମାତ୍ର।

Comments are closed.