ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ

॥ ଅଯୋଧ୍ୟା କାଣ୍ଡ ॥

ପିତହି ବୁଝାଇ କହହୁ ବଲି ସୋଈ । ଚୌଥେଂପନ ଜେହିଂ ଅଜସୁ ନ ହୋଈ ॥

ତୁହ୍ମ ସମ ସୁଅନ ସୁକୃତ ଜେହିଂ ଦୀହ୍ନେ । ଉଚିତ ନ ତାସୁ ନିରାଦରୁଇ କୀହ୍ନେ ॥

ଭାବାର୍ଥ :- ମାତା କୈକେୟୀ ଶ୍ରୀରାମଙ୍କୁ କହିଲେ, ମୁଁ ତୁମ ପାଇଁ ରାଣ ପକାଇ ସମର୍ପଣ ଭାବ ସହିତ ସତ୍ୟ କରି କହୁଛି, ତୁମେ ପିତାଙ୍କୁ ବୁଝାଇ ସେହି କଥା କୁହ, ଯେପରି ତାଙ୍କର ଜୀବନର ଏ ଚତୁର୍ଥ ସମୟରେ କୌଣସି ପ୍ରକାରର ନିନ୍ଦା ଅପଯଶ ନହେଉ । ଯେଉଁ ପୂଣ୍ୟକର୍ମର ପରିଣାମ ସ୍ବରୂପ ତାଙ୍କୁ ତୁମ ପରି ପୁତ୍ର ପ୍ରାପ୍ତ ହୋଇଛି, ତା’ର ଅନାଦର କରିବା ଅନୁଚିତ୍ ହେବ ।

Comments are closed, but trackbacks and pingbacks are open.