ବାହାନଗା ଟ୍ରେନ ଟ୍ରାଜେଡି : ଆଜି ସରୁଛି ତିନି ଅଭିଯୁକ୍ତଙ୍କ ଦ୍ୱିତୀୟ ପର୍ଯ୍ୟାୟ ସିବିଆଇ ରିମାଣ୍ଡ

ଭୁବନେଶ୍ୱର – ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ଆଜି ସରୁଛି ଗିରଫ ତିନି ଅଭିଯୁକ୍ତଙ୍କ ଦ୍ୱିତୀୟ ପର୍ଯ୍ୟାୟ ସିବିଆଇ ରିମାଣ୍ଡ ଅବଧି ।

ଦ୍ବିତୀୟ ଥର ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଥିଲା ସିବିଆଇ।
ଦୁଇଟି ପର୍ଯ୍ୟାୟରେ ମୋଟ ୯ ଦିନ ଜେରା ତିନି ଅଭିଯୁକ୍ତଙ୍କୁ ଜେରା କରିଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ।

ଜେରାବେଳେ ସିବିଆଇ ଅଭିଯୁକ୍ତଙ୍କ ଅବହେଳାର ତଥ୍ୟ ପାଇଥିବା ଜଣାପଡିଛି। ତଥ୍ୟ ଆଧାରରେ ଅନ୍ୟ ୪ ଜଣଙ୍କୁ ହାଜର ପାଇଁ ସମନ ଜାରି କରାଯାଇଛି।

Comments are closed.