ଘରୁ ମିଳିଲା ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ, ହତ୍ୟା ସନ୍ଦେହ

ବରଗଡ଼ – ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ। ଘରୁ ଉଦ୍ଧାର କରାଯାଇଛି ୪ ଜଣଙ୍କର ମୃତଦେହ । ସେମାନଙ୍କୁ କେହି ବୀଭତ୍ସ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ବରଗଡ଼ ଜିଲ୍ଲା ଭଟଲି ଥାନା ଝିକିଝିକି ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ଖବର ପାଇ ପୋଲିସ ପହଞ୍ଚି ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ମୃତକମାନେ ହେଲେ ଗୁରୁଦେବ ବାଗ, ତାଙ୍କ ସ୍ତ୍ରୀ ସିବାଗ୍ରୀ ବାଗ, ପୁଅ ଚୁଡାମଣି ବାଗ, ଝିଅ ଶ୍ରାବଣୀ ବାଗ । ସମସ୍ତଙ୍କୁ କାକା ଶିବ ବାଗ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

Comments are closed.