ଓଡ଼ିଶାର ଆଉ ୭ଟି ଉତ୍ପାଦକୁ ଜିଆଇ ଟ୍ୟାଗ୍

ଭୁବନେଶ୍ୱର – ଓଡ଼ିଶାର ଆଉ ୭ଟି ଉତ୍ପାଦକୁ ମିଳିଛି ଜିଆଇ ଟ୍ୟାଗ୍‌ । ଏ ନେଇ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ପକ୍ଷରୁ ସୋସିଆଲ ମିଡିଆ ରେ ସୂଚନା ଦିଆଯାଇଛି । ଖଜୁରୀ ଗୁଡ଼, ଢେଙ୍କାନାଳର ମଗଜି, ମୟୂରଭଞ୍ଜ ଜିଲ୍ଲାର କାଇ ଚଟଣୀ, ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍‌, କୋରାପୁଟ କଳାଜିରା ଧାନ ଓ ଲାଞ୍ଜିଆ ସୌରା ଚିତ୍ରକଳାକୁ ମିଳିଛି ଜିଆଇ ଟ୍ୟାଗ୍‌ ମାନ୍ୟତା । ଗତବର୍ଷ ଅକ୍ଟୋବର ୩ ତାରିଖରେ କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍ ମିଳିଥିଲା ।

Comments are closed.