ଆମ ଓଡ଼ିଶା ନବୀନ ଓଡ଼ିଶାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ୧୬ ସଂଯୋଜକଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ ଜଣ ସଂଯୋଜକଙ୍କୁ ନିଯୁକ୍ତ କରିଛନ୍ତି। ସେମାନେ ହେଲେ କୈଳାଶ ଚନ୍ଦ୍ର ସାହୁ ( ଅନୁଗୋଳ), ରଞ୍ଜନ ବାଗ ( ବାଲେଶ୍ଵର), ଡକ୍ଟର ସଞ୍ଜୟ ଦାସ ( ଭଦ୍ରକ), ୟାରଗନା ରାମଭଦ୍ର ରାଓ ( ଗଜପତି), ବଦ୍ରିନାରାୟଣ ପଟ୍ଟନାୟକ ( ଭବାନୀପାଟଣା ସବଡିଭିଜନ, କଳାହାଣ୍ଡି), ଆଦିତ୍ୟ ନନ୍ଦ ( ଧର୍ମଗଡ ସବଡିଭିଜନ), ରାଜୀବ ପାତ୍ର (କନ୍ଧମାଳ), ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର ( ଖୋର୍ଦ୍ଧା), ଲତା ସାହୁ ( କୋରାପୁଟ ସବଡିଭିଜନ), ତୁଳସୀ କିରସାନି ( ଜୟପୁର ସବଡିଭିଜନ, କୋରାପୁଟ), ଚିତ୍ତ ପଟ୍ଟନାୟକ ( ମାଲକାନଗିରି), ଅମରେନ୍ଦ୍ର କର ( ରାଇରଙ୍ଗପୁର ସବଡିଭିଜନ, ମୟୂରଭଞ୍ଜ), ସୁନୀଲ କୁମାର ଦାସ ( ବାରିପଦା ସବଡିଭିଜନ), ମଞ୍ଜୁଳା ମାଝୀ ( ନବରଙ୍ଗପୁର), ଗଙ୍ଗାଧର ପଣ୍ଡା ( ନୟାଗଡ଼), ରାମଲାଲ ହଂସ ( ନୂଆପଡ଼ା ), ପି. ଗୌରୀ ଶଙ୍କର ରାଓ ( ରାୟଗଡ଼ା ), ସିଦ୍ଧାନ୍ତ ଦାସ ( ସମ୍ବଲପୁର) , ଯୋଗେନ୍ଦ୍ର ସିଂ ( ସୁନ୍ଦରଗଡ଼ ସବଡିଭିଜନ, ସୁନ୍ଦରଗଡ଼) ।

ଆମ ଓଡ଼ିଶା ନବୀନ ଓଡ଼ିଶା ହେଉଛି ରାଜ୍ୟ ସରକାରଙ୍କ ଗ୍ରାମାଭିମୁଖୀ ଏକ ମହତ୍ତ୍ୱକାଂକ୍ଷୀ ଯୋଜନା । ଗ୍ରାମାଞ୍ଚଳରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଓ ଜଗନ୍ନାଥ ସଂସ୍କୃତି ପ୍ରସାର ସହ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣକୁ ଏହି କାର୍ଯ୍ୟକ୍ରମରେ ଫୋକସ କରାଯାଇଛି। ଅକ୍ଟୋବର ମାସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comments are closed.