ବିଶ୍ୱକପ୍ କ୍ରିକେଟ ରେକର୍ଡ ବୁକ୍

ଆଜିଠୁ ଭାରତରେ ଆରମ୍ଭ ହେଉଛି ଏକଦିବସୀୟ କ୍ରିକେଟର ମହାକୁମ୍ଭ – ଆଇସିସି କ୍ରିକେଟ ବିଶ୍ୱକପ୍। ୧୦ଟି ଟିମ୍ ମଧ୍ୟରେ ବିଶ୍ୱକପ୍ ପାଇଁ ହେବ ଲଢେଇ । ଭାରତ ଚତୁର୍ଥ ଥର ପାଇଁ ବିଶ୍ୱକପ୍ କ୍ରିକେଟ ଆୟୋଜନ କରୁଛି । କିନ୍ତୁ ଏଥର ୧୩ତମ ସଂସ୍କରଣ ଭାରତ ଏକାକୀ ଆୟୋଜନ କରୁଛି । ୧୯୭୧ ମସିହାରେ ଏକ ବର୍ଷା ବାଧାପ୍ରାପ୍ତ ଟେଷ୍ଟ ମ୍ୟାଚରୁ ଏକଦିବସୀୟ ସୀମିତ ଓଭର କ୍ରିକେଟ ଜନ୍ମ ନେଇଥିଲା । ୧୯୭୫ରେ ଆୟୋଜିତ ହୋଇଥିଲା ଏକଦିବସୀୟ କ୍ରିକେଟର ପ୍ରଥମ ବିଶ୍ୱ କପ୍ । ୧୯୭୫ରୁ ୨୦୧୯ ମଧ୍ୟରେ ଆୟୋଜିତ ବିଶ୍ୱକପରେ ଦେଖିବାକୁ ମିଳିଛି ଅନେକ ରେକର୍ଡ। କିଛି ଭାଙ୍ଗିଛି । କିଛି ରହିଛି । ଭାରତରେ ବିଶ୍ୱକପ୍ କ୍ରିକେଟର ଆଉ ଏକ ସଂସ୍କରଣ ଆରମ୍ଭ ହେଉଥିବା ବେଳେ ଆସନ୍ତୁ ନଜର ପକାଇବା କିଛି ରୋଚକ ରେକର୍ଡ ଉପରେ ।

ବିଶ୍ୱକପ କ୍ରିକେଟ କେବେ ଓ କେଉଁଠି

ବର୍ଷ ସ୍ଥାନ ବିଜେତା ଉପବିଜେତା
୧୯୭୫ ଇଂଲଣ୍ଡ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆ
୧୯୭୯ ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆ
୧୯୮୩ ଇଂଲଣ୍ଡ ଭାରତ ୱେଷ୍ଟଇଣ୍ଡିଜ
୧୯୮୭ ଭାରତ ଓ ପାକିସ୍ତାନ ଅଷ୍ଟ୍ରେଲିଆ ଇଂଲଣ୍ଡ
୧୯୯୨ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପାକିସ୍ତାନ ଇଂଲଣ୍ଡ
୧୯୯୬ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ଶ୍ରୀଲଙ୍କା ଅଷ୍ଟ୍ରେଲିଆ
୧୯୯୯ ଇଂଲଣ୍ଡ,ଆୟାର୍ଲାଣ୍ଡ ଓ ସ୍କଟଲାଣ୍ଡ ଅଷ୍ଟ୍ରେଲିଆ ପାକିସ୍ତାନ
୨୦୦୩ ଦକ୍ଷିଣ ଆଫ୍ରିକା, କେନିୟା, ଜିମ୍ବାୱେ ଅଷ୍ଟ୍ରେଲିଆ ଭାରତ
୨୦୦୭ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆ ଶ୍ରୀଲଙ୍କା
୨୦୧୧ ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ ଭାରତ ଶ୍ରୀଲଙ୍କା
୨୦୧୫ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ
୨୦୧୯ ଇଂଲଣ୍ଡ ଇଂଲଣ୍ଡ ନ୍ୟୁଜିଲାଣ୍ଡ

 

ଦିନିକିଆ ବିଶ୍ୱକପ କ୍ରିକେଟ : ରେକର୍ଡ ବୁକ୍‌ରୁ କିଛି  

ସର୍ବାଧିକ ଦଳୀୟ ସ୍କୋର: ଅଷ୍ଟ୍ରେଲିଆ ୪୧୭/୬ ବନାମ ଆଫଗାନିସ୍ତାନ , ପର୍ଥ, ୨୦୧୫

ସର୍ବନିମ୍ନ ସ୍କୋର: କାନାଡା ୩୬ ବନାମ ଶ୍ରୀଲଙ୍କା, ପର୍ଲ, ୨୦୦୩

ଗୋଟିଏ ଇନିଂସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର: ମାର୍ଟିନ ଗୁପ୍ତିଲ ( ନ୍ୟୁଜିଲାଣ୍ଡ ) ଅପରାଜିତ ୨୩୭ ବନାମ ୱେଷ୍ଟଇଣ୍ଡିଜ, ୱେଲିଂଟନ, ୨୦୧୫

ବିଶ୍ୱକପ୍ କ୍ରିକେଟର ସର୍ବାଧିକ ରନ୍: ସଚିନ ତେନ୍ଦୁଲକର, ୪୫ଟି ମ୍ୟାଚ୍ , ୨୨୭୮ ରନ୍ , ଆଭରେଜ ୫୬.୯୫, ୬ ଶତକ, ୧୫ ଅର୍ଧଶତକ, ସର୍ବାଧିକ ସ୍କୋର ୧୫୨

ଦ୍ରୁତତମ ଶତକ: – ଓ’ ବ୍ରାୟନ (ଆୟର୍ଲାଣ୍ଡ ) ୫୦ଟି ବଲରୁ ଶତକ ବନାମ ଇଂଲଣ୍ଡ,ବେଙ୍ଗଳୁରୁ ୨୦୧୧

ଦ୍ରୁତତମ ଅର୍ଧଶତକ: ବ୍ରାଣ୍ଡନ ମ୍ୟାକୁଲମ ( ନ୍ୟୁଜିଲାଣ୍ଡ ) ୧୮ଟି ବଲରୁ ଅର୍ଧଶତକ, ବନାମ ଇଂଲଣ୍ଡ, ୱେଲିଂଟନ, ୨୦୧୫

ଗୋଟିଏ ଇନିଂସରେ ଶ୍ରେଷ୍ଠ ବୋଲିଂ: ଗ୍ଲେନ ମ୍ୟାକଗ୍ରାଥ ( ଅଷ୍ଟ୍ରେଲିଆ ), ୭-୪-୧୫-୭ ବନାମ ନାମିବିୟା, ପୋର୍ଟ ଚାଫଷ୍ଟୁମ, ୨୦୦୩

ବିଶ୍ୱକପରେ ସର୍ବାଧିକ ୱିକେଟ୍:  ଗ୍ଲେନ ମ୍ୟାକଗ୍ରାଥ ( ଅଷ୍ଟ୍ରେଲିଆ ), ୩୯ଟି ମ୍ୟାଚରୁ ୭୧ ୱିକେଟ୍‌, ସର୍ବଶ୍ରେଷ୍ଠ ବୋଲିଂ – ୭/୧୫

ଚାରିଟି ବଲରେ ଚାରି ୱିକେଟ୍:  ଲସିଥ ମାଲିଙ୍ଗା (ଶ୍ରୀଲଙ୍କା) ବନାମ ଦକ୍ଷିଣ ଆଫ୍ରିକା, ଗୁୟାନା, ୨୦୦୭ ବିଶ୍ୱକପ୍

ବିଶ୍ୱକପ୍ କ୍ରିକେଟରେ ସର୍ବାଧିକ ଛକ୍କା:  କ୍ରିସ ଗେଲ୍ (ୱେଷ୍ଟଇଣ୍ଡିଜ), ୩୫ଟି ମ୍ୟାଚରୁ ୪୯ ଛକ୍କା

ସର୍ବାଧିକ ଚୌକା: ସଚିନ ତେନ୍ଦୁଲକର, ୪୫ ମ୍ୟାଚ, ୨୪୧ ଚୌକା

ସର୍ବାଧିକ ଶତକ: ସଚିନ ତେନ୍ଦୁଲକର, ୪୫ ମ୍ୟାଚରୁ ୬ ଶତକ

ରୋହିତ ଶର୍ମା, ୧୭ ମ୍ୟାଚରୁ ୬ ଶତକ

ବିଶ୍ୱକପରେ ସଫଳ ୱିକେଟ କିପର: କୁମାର ସଙ୍ଗକରା ( ଶ୍ରୀଲଙ୍କା ), ୩୭ ମ୍ୟାଚ, ୪୧ କ୍ୟାଚ, ୧୩ ଷ୍ଟମ୍ପିଂ

ସର୍ବାଧିକ ବିଶ୍ୱକପ୍ ଖେଳିବା ରେକର୍ଡ: ସଚିନ ତେନ୍ଦୁଲକର ଓ ଜାଭେଦ ମିଆଁଦାଦ । ଉଭୟେ ୬ଟି ବିଶ୍ୱକପରେ ଖେଳିଛନ୍ତି ।

ସଫଳ ଅଧିନାୟକ: ରିକି ପଣ୍ଟିଂ ( ଅଷ୍ଟ୍ରେଲିଆ ), ୨୯ଟି ମ୍ୟାଚରେ ଅଧିନାୟକତ୍ୱ, ବିଜୟ-୨୬, ପରାଜୟ ୨, ରଦ୍ଦ-୧

ସଫଳ ଦେଶ: ଅଷ୍ଟ୍ରେଲିଆ,ସର୍ବାଧିକ ୫ ଟାଇଟଲ, ୯୪ ମ୍ୟାଚ, ୬୯ ବିଜୟ ( ବିଶ୍ୱରେକର୍ଡ )

Comments are closed.