ଫେବ୍ରୁଆରୀ ୧୬ରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଂଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ

ଭୁବନେଶ୍ୱର – ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ପ୍ରେସମିଟରେ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢି ତାରିଖ ଘୋଷଣା କରିଛନ୍ତି । କଡା କୋଭିଡ କଟକଣାରେ ହେବ ନିର୍ବାଚନ । ୫ଟି ପର୍ଯ୍ୟାୟରେ ହେବ ମତଦାନ । ୧୬, ୧୮,୨୦, ୨୨ ଓ ୨୪ ଫେବ୍ରୁଆରୀରେ ଭୋଟ ଗ୍ରହଣ ହେବ । ୨୬ ତାରିଖରୁ ତିନି ଦିନ ଭୋଟ ଗଣତି ହେବ ।

୨ କୋଟିରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ମତଦାନ ହେବ । ଆଜିଠାରୁ ସାରାରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ।

Comments are closed.