ଗଞ୍ଜାମ ବଡ଼ଗଡ଼ରେ ଶ୍ରମିକଙ୍କୁ ହତ୍ୟା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ତଥା ବଡ଼ଗଡ଼ ଥାନା ଇଲାକାରେ ହତ୍ୟାକାଣ୍ଡ ଅଭିଯୋଗ। ପ୍ରତାପୁର ନିକଟ ଚୁନା ନାଳରୁ ନିଲୁ ବିଷୋୟୀ (୩୫)ଙ୍କ ମୃତଦେହ ରବିବାର ସକାଳେ ମିଳିଛି। ସେ ଜଣେ ଶ୍ରମିକ ଅଟନ୍ତି। ମୃତକଙ୍କ ବେକରେ ରକ୍ତ ଚିହ୍ନ ରହିଛି। ‌ମର ଶରୀର ପାଣିରେ କଡ଼େଇ ହୋଇ ପଡ଼ିଛି। ଅଳ୍ପ କିଛି ଦୂରରେ ଘୋଷାଡି ହୋଇ ଅଣାଯାଇଥିବା ଚିହ୍ନ ରହିଛି। ଏଣୁ ପାରିପାର୍ଶ୍ବିକ ସ୍ଥିତିରୁ ନିଲୁଙ୍କୁ ହତ୍ୟା କରି ନାଳରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ସେ ଶନିବାର ସନ୍ଧ୍ୟାରେ ଘରୁ ବାହାରିଥିଲେ ହେଁ ଆଉ ଫେରି ନଥିଲେ। ରବିବାର ସକାଳେ ତାଙ୍କ ମୃତଦେହ ମିଳିଥିଲା। ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ବଡଗଡ ଥାନା ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ଶବକୁ ବ୍ୟବଛେଦ ପାଇଁ ଆସିକା ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି। ମୃତକଙ୍କ ସ୍ତ୍ରୀ, ଗୋଟିଏ ପୁଅ ଓ ଦୁଇଟି ଝିଅ ରହିଛନ୍ତି।

Comments are closed.