ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହାଣିଲା, କଟା ମୁଣ୍ଡ ଧରି ଥାନାକୁ ଗଲା

ନୟାଗଡ଼ – ନୟାଗଡ଼ ଜିଲ୍ଲାରେ ବୀଭତ୍ସ କାଣ୍ଡ । ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ପରେ କଟା ମୁଣ୍ଡ ଧରି ଥାନାରେ ସ୍ୱାମୀର ଆତ୍ମସମର୍ପଣ।

ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାଣିଗୋଚ୍ଛା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ବାଣିଗୋଚ୍ଛା ଥାନା ଅନ୍ତର୍ଗତ ବିଡ଼ାପାଜୁ ଗ୍ରାମର ଅର୍ଜୁନ ବାଘ ଆଜି ସ୍ତ୍ରୀକୁ ହତ୍ୟା କରିବା ପରେ କଟା ମୁଣ୍ଡକୁ ଏକ ବସ୍ତାରେ ଧରି ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲା ।

ପରକୀୟା ପ୍ରୀତି ସନ୍ଦେହରେ ଅର୍ଜୁନ ସ୍ବାମୀ ସ୍ତ୍ରୀକୁ ହତ୍ୟା କରିଥିବା ଜଣାପଡିଛି । ବାଣିଗୋଚ୍ଛା ଥାନା ପୋଲିସ ଅର୍ଜୁନଙ୍କୁ ଅଟକ ରଖି ବିଡାପାଜୁ ଗାଁ କୁ ଯାଇ ଘଟଣାର ତଦନ୍ତ କରୁଛି ।

Comments are closed.