କାଲିଠାରୁ ଯୁକ୍ତ ଦୁଇ ପରୀକ୍ଷା, ପରିଚାଳନାରେ ସହଯୋଗ କରିବେ ଆନ୍ଦୋଳନରତ ଅଧ୍ୟାପକ

ଭୁବନେଶ୍ୱର – କାଲିଠାରୁ ଆରମ୍ଭ ହେଉଛି ଉଚ୍ଚଶିକ୍ଷା ପରିଷଦ – ବୋର୍ଡ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା। ପରୀକ୍ଷା ସୁରୁଖୁରୁରେ ହେବା ନେଇ ଅନିଶ୍ଚିତତା ଦୂର ହୋଇଛି । କାରଣ ଆନ୍ଦୋଳନରତ କଲେଜ ଶିକ୍ଷକମାନେ ପରୀକ୍ଷା ପରିଚାଳନାରେ ସହଯୋଗ କରିବା ପାଇଁ ରାଜି ହୋଇଥିବା ଜଣାପଡିଛି।

୩ ଲକ୍ଷ ୫୮ ହଜାର ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବେ । ଏଥିପାଇଁ ୧ ହଜାର ୧୪୫ ପରୀକ୍ଷା କେନ୍ଦ୍ର କରାଯାଇଛି। ଦୁଇ ବର୍ଷ ପରେ ଏଥର ୧୦୦ ପ୍ରତିଶତ ପାଠ୍ୟକ୍ରମର ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ପରୀକ୍ଷା ପାଇଁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ଶାନ୍ତି ଶୃଙ୍ଖଳାରେ ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Comments are closed.