ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ଅଚଳାବସ୍ଥା ପରେ ଗୃହ କାଲି ସକାଳ ସାଢେ ୧୦ଟା ଯାଏଁ ମୁଲତବୀ

ଭୁବନେଶ୍ବର – ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ପ୍ରବଳ ହଟ୍ଟଗୋଳ ହୋଇଛି । ନାରାବାଜି ଦେଖିବାକୁ ମିଳିଛି। ଚାଷୀ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସର ବିଧାୟକମାନଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଚାଲିପାରିନାହିଁ । ନାରାବାଜି ମଧ୍ୟରେ ଗୃହରେ ବିଭିନ୍ନ କମିଟିର ରିପୋର୍ଟ ଉପସ୍ଥାପନ ହୋଇଛି। ଗୃହରେ ଅଚଳାବସ୍ଥା ଯୋଗୁଁ ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ରଖିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। କିନ୍ତୁ ସର୍ବଦଳୀୟ ବୈଠକ ପରେ ବି ବିରୋଧୀ ଦଳ ହଟ୍ଟଗୋଳ କରିବାରୁ ଗୃହ ସ୍ୱାଭାବିକ ହୋଇପାରି ନ ଥିଲା। ଫଳରେ ବାଚସ୍ପତି ଗୃହକୁ ଶନିବାର ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି।

Comments are closed.