ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦାବି ନେଇ ସଂକଳ୍ପ ବିଧାନସଭାରେ ଗୃହୀତ

ଭୁବନେଶ୍ୱର – ୧୮୧୭ ମସିହାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମାନ୍ୟତା ମିଳି ନ ଥିବାରୁ ଏହାର ଜୋରଦାର ବିରୋଧ କରିଛି ବିଜେଡି । ଏ ପ୍ରସଙ୍ଗରେ ଗତକାଲି ବିଜେଡି ବିଧାୟକମାନେ ବିଧାନସଭା ଭିତରେ ଓ ବାହାରେ କେନ୍ଦ୍ର ନିଷ୍ପତ୍ତିର ପ୍ରତିବାଦ କରିଥିଲେ । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମାନ୍ୟତା ଦେବା ଦାବିରେ ଆଜି ବିଧାନସଭାରେ ସଂକଳ୍ପ ଆଗତ କରିଥିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।

ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ମନ୍ତ୍ରୀ ପାଇକ ବିଦ୍ରୋହ ସଂପର୍କିତ ସଂକଳ୍ପ ଆଗତ କରିଥିଲେ ଓ ହୋହଲ୍ଲା ମଧ୍ୟରେ ସଂକଳ୍ପ ପାରିତ ହୋଇଛି । ଏହାପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ମିନିଟ ଯାଏଁ ମୁଲତବୀ କରିଛନ୍ତି ।

ପାଇକ ବିଦ୍ରୋହ ସଂପର୍କିତ ଗୃହୀତ ସଂକଳ୍ପକୁ କେନ୍ଦ୍ରକୁ ପଠାଯିବ । କେନ୍ଦ୍ର ସରକାରଙ୍କ ଅଗ୍ରାହ୍ୟ ପରେ ପୁଣି ସଂକଳ୍ପ ଆଣିଛନ୍ତି ରାଜ୍ୟ ସରକାର ।

Comments are closed.