୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ଏଣିକି ୨୦୦୦ ମାର୍କ ବିଶିଷ୍ଟ ହେବ ଓସିଏସ ପରୀକ୍ଷା , ଓଡ଼ିଆରେ ଦେଇ ହେବ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୧୯୯୧ ନିୟମରେ ସଂଶୋଧନ ସଂପର୍କିତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ପୂର୍ବରୁ ୨୨୫୦ ମାର୍କର ପରୀକ୍ଷା ହେଉଥିଲା । ଏବେ କିନ୍ତୁ ୨୦୦୦ ମାର୍କର ପରୀକ୍ଷା ହେବ । ରଚନା ଇଂରାଜୀ କିମ୍ବା ଓଡ଼ିଆରେ ଲେଖିପାରିବେ ପରୀକ୍ଷାର୍ଥୀ। କିଏ କେତେଥର ପରୀକ୍ଷା ଦେବେ ସେନେଇ ମଧ୍ୟ ସଂଶୋଧନ ପ୍ରସ୍ତାବରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ ।

ଅଣ ସଂରକ୍ଷିତ ୬ଥର, ଏସଇବିସି- ୯ଥର, ଏସସି/ଏସଟି-ଅନଲିମିଟେଡ ପରୀକ୍ଷା ଦେଇପାରିବେ । ଲିଖିତ ଓ ଇଣ୍ଟରଭ୍ୟୁ ମଧ୍ୟ ଓଡ଼ିଆ ଭାଷାରେ ହେବ ।

୭୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବେ ସରକାର । ଏ ସ‍ଂପର୍କିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ବୈଠକରେ ମଞ୍ଜୁରୀ ଦିଆଯାଇଛି।

Comments are closed.