ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ: ଗୁରୁତ୍ବପୁର୍ଣ୍ଣ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ହେଲେ ସଞ୍ଜୀବ ପଣ୍ଡା, କ୍ରାଇମବ୍ରାଞ୍ଚ ସମ୍ଭାଳିବେ ଅରୁଣ ବୋଥ୍ରା, ପ୍ରତୀକ ସିଂ ହେଲେ ଭୁବନେଶ୍ବର ଡିସିପି

ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏ ସମ୍ପର୍କରେ ରାଜ୍ୟ ଗୃହ ବିଭାଗ ଦ୍ଵାରା ଜାରି ବିଜ୍ଞପ୍ତି ଅନୁଯାୟୀ ସଞ୍ଜୀବ ପଣ୍ଡା ନୂଆ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ ଅତିରିକ୍ତି ଡିଜି ଦାୟିତ୍ବ ଦିଆଯାଇଛି । ମନୋଜ ଝାବ୍ରା ଜେଲ୍ ଡିଜିପି ହୋଇ ଥିବାବେଳେ ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଅଗ୍ନିଶମ ବିଭାଗ ଡିଜି ଭାବେ ମିଳିଲା ନିଯୁକ୍ତି । କଟକ ଡିସିପି ପ୍ରତୀକ ସିଂଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ମିଳିଛି । ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ କଟକ ଡିସିପି ଭାବେ ବଦଳି ହୋଇଛନ୍ତି। ତାଙ୍କ ସ୍ଥାନରେ କଳାହାଣ୍ଡି ଏସପି ଶ୍ରବଣ ବିବେକଙ୍କୁ ବ୍ରହ୍ମପୁର ଏସପି ଭାବେ ଦାୟିତ୍ଵ ଦିଆଯାଇଛି ।

ରାହୁଲ ଜୈନ ଝାରସୁଗୁ଼ଡ଼ା ଏସ୍‌ପି ଓସିଦ୍ଧାର୍ଥ କଟରିୟାଙ୍କୁ ଖୋର୍ଦ୍ଧା ଏସ୍‌ପି ଭାବେ ନିଯୁକ୍ତି ମିଳିଛି । ସେହିପରି ଏସ୍. ସୁଶ୍ରୀ ନବରଙ୍ଗପୁର ଏସ୍‌ପି, ଅଭିଳାଷ ଜିଙ୍କୁ କଳାହାଣ୍ଡି ଏବଂ ଅଲେଖ ପହିଙ୍କୁ ନୟାଗଡ଼ ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି ।

Comments are closed.