ଡେଙ୍ଗୁ, ମ୍ୟାଲେରିଆ ଓଜାପାନୀ ଜ୍ବର ରୋକିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ

ଭୁବନେଶ୍ୱର – ଡେଙ୍ଗୁ, ମ୍ୟାଲେରିଆ ଏବଂ ଜାପାନୀ ଜ୍ବର ରୋକିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲା ଏବଂ ବ୍ଲକ ସ୍ତରର ସ୍ବାସ୍ଥ୍ୟ କର୍ମୀଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଜିଲ୍ଲା ଓ ପୌରପାଳିକା ସ୍ତରରେ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି । ଗତ ୫ ବର୍ଷ ମଧ୍ୟରେ ଭେକ୍ଟର ବାହିତ ରୋଗ ବ୍ୟାପିଥିବା ଅଞ୍ଚଳକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ଭେକ୍ଟର ବାହିତ ରୋଗର ମୁକାବିଲା ପାଇଁ ଔଷଧ ଓ ରକ୍ତ ମହଜୁଦ ରଖିବାକୁ କୁହାଯାଇଛି ।

ରୋଗ ନିୟନ୍ତ୍ରଣ ପାଇଁ ଶିଳ୍ପସଂସ୍ଥା, ପଞ୍ଚାୟତ ପ୍ରତିନିଧି ଏବଂ ସ୍ବୟଂ ସହାୟକ ଗୋଷ୍ଠୀକୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି ।

Comments are closed.