ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଆଉ ଏକ ପଦକ୍ଷେପ, ରାଜ୍ୟ ସରକାର ସୃଷ୍ଟି କଲେ ୨୦୦୦ ନୂଆ ପଦବି

ଭୁବନେଶ୍ବର – ରାଜ୍ୟ ସରକାର ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ଗୁରୁତ୍ବ ଦେଇଛନ୍ତି। ଡାକ୍ତରଖାନାଗୁଡ଼ିକରେ ଅଧିକ କର୍ମଚାରୀ ନିଯୁକ୍ତି ଦେଇ ସ୍ବାସ୍ଥ୍ୟ ସେବାକୁ ଅଧିକ ମଜବୁତ କରିବା ପଦକ୍ଷେପ ସ୍ୱରୂପ ୨୦୦୦ ପଦବି ସୃଷ୍ଟି କରିଛନ୍ତି। ନୂତନ ଭାବେ ସୃଷ୍ଟି ହୋଇଥିବା ପଦବି ୩୦ ଜିଲ୍ଲା ପାଇଁ ଗ୍ରୁପ-ଏ ରାଙ୍କରେ ନିଯୁକ୍ତି ମିଳିବ।

ରାଜ୍ୟ ସରକାର ଲିଭ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର – ଏଲଟିଆରଏମଓ ପଦବି ସୃଷ୍ଟି କରିଛନ୍ତି। ୩୦ଟି ଜିଲ୍ଲା ଡାକ୍ତରଖାନାରେ ୧୫୦୦, ଆରଜିଏଚ୍‌ରେ ୨୦ଟି ପଦବି ସୃଷ୍ଟି କରାଯାଇଛି। ୩୨ଟି ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ୪୮୦ଟି ପଦବି ସୃଷ୍ଟି କରାଯାଇଛି।

Comments are closed.