କ୍ରମାଗତ ଚତୁର୍ଥ ଦିନ ବଢ଼ିଲା ତେଲ ଦର, ଚେନ୍ନାଇରେ ୧୦୦ ଟପିଲା ଡିଜେଲ

ନୂଆଦିଲ୍ଲୀ: ଶନିବାର କ୍ରମାଗତ ଚତୁର୍ଥ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଶନିବାର ଦିନ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩୫ ପଇସା ଲେଖାଏଁ ବଢ଼ିଛି। ଏହା ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସାରା ଦେଶରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୭.୨୪ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୬.୯୭ ଟଙ୍କା ରହିଛି।

ଅନ୍ୟପଟେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୩.୧୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୦୪.୦୦ ଟଙ୍କାରେ ବିକ୍ରି ହେଉଛି। ଏହା ବ୍ୟତୀତ କୋଲକାତାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୭.୭୮ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୯.୦୮ ଟଙ୍କା ରହିଛି। ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୪.୨୩ ଟଙ୍କା ଏବଂ ଡିଜେଲର ଦର ଲିଟର ପିଛା ୧୦୦.୨୫ ଟଙ୍କାକୁ ବୃଦ୍ଧି ପାଇଛି।

ସେପ୍ଟେମ୍ବର ୨୮ ଠାରୁ ପେଟ୍ରୋଲ ମୂଲ୍ୟ ୧୯ ଥର ବୃଦ୍ଧି ପାଇଛି। ମୋଟ ଉପରେ ପେଟ୍ରୋଲ ଲିଟର ଏଯାଏଁ ୫.୭ ଟଙ୍କା ବୃଦ୍ଧି ପାଇଥିବା ବେଳେ ସେପ୍ଟେମ୍ବର ୨୪ ପରଠୁ ଡିଜେଲର ମୂଲ୍ୟ ୨୨ ଗୁଣ ବୃଦ୍ଧି କରାଯାଇଛି।

Comments are closed.