କେରଳ: କନ୍‌ଭେନସନ ସେଣ୍ଟରରେ ବିସ୍ଫୋରଣ, ଜଣେ ମୃତ, ୨୦ ଆହତ

ଏର୍ଣ୍ଣାକୁଲମ:କେରଳର ଏର୍ଣ୍ଣାକୁଲମର କାଲାମାସେରିରେ ଏକ କନ୍‌ଭେନସନ ସେଣ୍ଟରରେ ଏକାଧିକ ବିସ୍ଫୋରଣ ଘଟିଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅତି କମରେ ୨୦ ଜଣ ଆହତ ହୋଇଥିବା ଜଣାଯାଇଛି। ଏକ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରାର୍ଥନା ସଭା ବେଳେ ୫ରୁ ୧୦ ସେକେଣ୍ଡ ମଧ୍ୟରେ ତିନୋଟି ବିସ୍ଫୋରଣ ଘଟିଥିଲା ‌ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସନ୍ଦେହ କରଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି। ବମ୍ ନିରୋଧୀ ସ୍କ୍ବାଡ୍ ଓ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ରବିବାର କାଲାମାସେରିରେ କନ୍‌ଭେନସନ ସେଣ୍ଟରରେ ‘ଯିହୋବାସ୍ ଓ୍ବିଟନେସେସ୍’ ନାମକ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଏକ ପ୍ରାର୍ଥନା ସଭା ଚାଲିଥିଲା। ଏହା ଏକ ବାର୍ଷିକ ସମାବେଶ ଯାହା ତିନିରୁ ପାଞ୍ଚ ଦିନ ଅନୁଷ୍ଠିତ ହେଇଥାଏ ।

Comments are closed.