ଗୋମାଂସ ଚୋରା ଚାଲାଣ ଅଭିଯୋଗରେ ପିଟିପିଟି ହତ୍ୟା

ନାଶିକ: ଗୋମାଂସ ଚୋରା ଚାଲାଣ ଅଭିଯୋଗରେ ମହାରାଷ୍ଟ୍ରର ନାଶିକ୍ ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ରବିବାର ରାତିରେ ଏହି ଘଟଣା ଘଟିଛି । ମୁମ୍ବାଇର କୁର୍ଲା ସହରର ଆଫାନ ଅନସାରୀ ଓ ତାଙ୍କ ସହଯୋଗୀ ନାସିର ଶେଖଙ୍କ ସହ ଏକ କାରରେ ଗୋରୁ ମାଂସ ନେଇ ଯାଉଥିବା ବେଳେ ନିଜକୁ ଗୋସୁରକ୍ଷା ବାହିନୀ ଦାବି କରୁଥିବା କିଛି ଲୋକ ସେମାନଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଚିକିତ୍ସାଧୀନ ସମୟରେ ଜଣଙ୍କର ମୃତ୍ୟୁ ହୋଇଥିଲା ।

ପୋଲିସ ଏହି ଘଟଣାରେ ଦଙ୍ଗା ମାମଲା ରୁଜୁ କରି ଏହାର ତଦନ୍ତ କରୁଛି। ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ କହିଛି ଯେ ଆକ୍ରମଣର ଶିକାର ବ୍ୟକ୍ତିମାନେ ଗୋମାଂସ ନେଉଥିଲେ କି ଅନ୍ୟ କିଛି ତାହା ଲ୍ୟାବ୍ ରିପୋର୍ଟ ପରେ ଜଣାପଡ଼ିବ ।

ମାର୍ଚ୍ଚ ମାସରେ ମହାରାଷ୍ଟ୍ର ସରକାର ଗୋହତ୍ୟା ନିଷିଦ୍ଧ ସମ୍ବନ୍ଧୀୟ ଆଇନ ଲାଗୁ କରିବା ପାଇଁ ଏକ ଆୟୋଗ ଗଠନ ପ୍ରସ୍ତାବକୁ ଅନୁମୋଦନ କରିଥିଲେ ।

Comments are closed.