ଜି-୨୦ ଇଭେଣ୍ଟ ପାଇଁ ରଖାଯାଇଥିବା ଫୁଲ କୁଣ୍ଡ ଚୋରି ଘଟଣାରେ ଜଣେ ଗିରଫ

ନୂଆଦିଲ୍ଲୀ: ଗୁରୁଗ୍ରାମରେ ଫୁଲ କୁଣ୍ଡ ଚୋରି କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଦୁଇଜଣ ବ୍ୟକ୍ତି ଗୁରୁଗ୍ରାମର ରାସ୍ତାରେ ରଖାଯାଇଥିବା ଫୁଲ କୁଣ୍ଡ ଉଠାଇ ନିଜ କାରରେ ରଖୁଥିଲେ।

ଭିଡ଼ିଓ ଭାଇରାଲ ହେବା ପରେ ଗୁରୁଗ୍ରାମ ପୋଲିସ ଜଣକୁ ଗିରଫ କରିଛି।

ଗୁରୁଗ୍ରାମ ପୋଲିସ କହିଛି ଯେ ୫୦ ବର୍ଷୀୟ ମନମୋହନଙ୍କୁ ଗିରଫ କରାଯାଇଛି ଏବଂ ଚୋରି ହୋଇଥିବା ଫୁଲ କୁଣ୍ଡ ସହିତ କାର୍ ମଧ୍ୟ ଜବତ କରାଯାଇଛି।

ଜି-୨୦ ଇଭେଣ୍ଟ ପାଇଁ ସାଜସଜ୍ଜା ଲାଗି ଏହି ଫୁଲ କୁଣ୍ଡ ଗୁଡ଼ିକ ରଖାଯାଇଥିଲା | ଯେତେବେଳେ ଦୁଇଜଣ ଲୋକ ଏହି ଫୁଲ କୁଣ୍ଡ ଗୁଡ଼ିକ ଚୋରି କରି କାରରେ ରଖୁଥିଲେ, ସେତେବେଳେ କେହି ଜଣେ ଏହି ଘଟଣାର ଭିଡ଼ିଓ କରି ଦେଇଥିଲେ |

ଏହି ଭିଡିଓ ଗତ ଦୁଇ ଦିନ ହେବ ଭାଇରାଲ ହୋଇ ସୋସିଆଲ ମିଡିଆରେ ଖୁବ୍ ସେୟାର କରାଯାଇଥିଲା ।

ଗାଡିର ରେଜିଷ୍ଟ୍ରେସନ ନମ୍ବର ଦେଖି କିଛି ଲୋକ ଏହାକୁ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ଗାଡ଼ି ବୋଲି କହିଥିଲେ। କାରଣ ଏକ ପୁରୁଣା ଭିଡିଓରେ ଏଲଭିଶ ଯାଦବଙ୍କୁ ସମାନ ନମ୍ବର ବିଶିଷ୍ଟ କାରରେ ଦେଖାଯାଇଥିବାର ଅଭିଯୋଗ ହୋଇଥିଲା ।

ତେବେ ଏହି ଘଟଣାରେ ନିଜ ସମ୍ପୃକ୍ତି ଥିବା ଅଭିଯୋଗକୁ ଏଲଭିଶ ଯାଦବ ଖଣ୍ଡନ କରିଛନ୍ତି। ଏଲଭିଶ୍ ଟ୍ୱିଟ କରି କହିଛନ୍ତି, ଏହା ମୋର କାର୍ ନୁହେଁ। ସେ କହିଛନ୍ତି ଯେ ମୋ ବିଷୟରେ ଭୁଲ ଖବର ପ୍ରସାର କରନ୍ତୁ ନାହିଁ । ଯେଉଁମାନେ ଏପରି କରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ‌ ବୋଲି ସେ ଚେତାବନୀ ଦେଇଛନ୍ତି ।

Comments are closed.