ମୁମ୍ବାଇରେ ୨୬/୧୧ ପରି ଆକ୍ରମଣ ଧମକ ମାମଲାରେ ଜଣେ ଅଟକ

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୬/୧୧ ଭଳି ଆକ୍ରମଣ ଧମକ ପରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି । ମୁମ୍ବାଇ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ମୁମ୍ବାଇରେ ଆକ୍ରମଣ କରିବାକୁ ଧମକପୂର୍ଣ୍ଣ ମେସେଜ୍ ଯେଉଁ ନମ୍ବରରୁ ପଠାଯାଇଥିଲା ତା’ର କୋଡ୍ ପାକିସ୍ତାନର ଥିଲା । ମୁମ୍ବାଇର ଟ୍ରାଫିକ ପୋଲିସର କଣ୍ଟ୍ରୋଲ ରୁମକୁ ହ୍ବାଟସଆପରେ ଶନିବାର ବିଳମ୍ବିତ ରାତିରେ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା । ମୁମ୍ବାଇରେ ୬ ଜଣ ଲୋକ ୨୬/୧୧ ଭଳି ଆକ୍ରମଣ କରିବେ ଏବଂ ସହରକୁ ଉଡ଼ାଇବା ପାଇଁ ପ୍ରସ୍ତୁତି ଚାଲିଛି।

ସୂତ୍ରରୁ ପ୍ରକାଶ ଯେ ଏହି ମାମଲାରେ ମୁମ୍ବାଇର ଭିରାର ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। କ୍ରାଇମ ବ୍ରାଞ୍ଚ ତାକୁ ପଚରାଉଚରା କରୁଛି ।

Comments are closed.