ସୋପିଆନରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ | News Room Odisha

ସୋପିଆନରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଶନିବାର ଦକ୍ଷିଣ କାଶ୍ମୀରର ସୋପିଆନରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ ଚାଲିଛି। ସୋପିଆନର ଜୈନାପୋରୋ ଏବଂ ଚେର୍ମର୍ଗ ଅଞ୍ଚଳରେ ଆତଙ୍କବାଦୀ ମାନଙ୍କୁ ପୋଲିସ ଏବଂ ସୁରକ୍ଷା ବାହିନୀର ଯବାନ ମୁହଁତୋଡ଼ ଜବାବ ଦେଉଛନ୍ତି।

କାଶ୍ମୀର ଜୋନ୍ ପୋଲିସ କହିଛି ଯେ ଆଜି ସକାଳେ ସୋପିଆନର ଜୈନାପୋରୋ ଏବଂ ଚେର୍ମର୍ଗ ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା ଯେତେବେଳେ ସୁରକ୍ଷା ବଳ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲା। ଏହି ସମୟରେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ। ସୁରକ୍ଷା ବାହିନୀ ମଧ୍ୟ ଆତଙ୍କୀଙ୍କୁ ଦୃଢ଼ ଜବାବ୍ ଦେଇଥିଲେ । ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଖବର ମିଳିଛି।