ମଣିପୁର ହିଂସା: ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ସାଂସଦ

ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ସାଂସଦମାନେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ରାଷ୍ଟ୍ରପତି ମୁର୍ମୁଙ୍କୁ ଚିଠି ଲେଖି ସାକ୍ଷାତ ପାଇଁ ସମୟ ଦେବାକୁ ଅନୁରୋଧ କରିଥିଲେ। ରାଷ୍ଟ୍ରପତି ବିରୋଧୀ ଦଳଙ୍କ ଅନୁରୋଧ ଗ୍ରହଣ କରିଛନ୍ତି । ଆଜି ବିରୋଧୀ ସାଂସଦ ରାଷ୍ଟ୍ରପତିଙ୍କୁ ଭେଟି ମଣିପୁର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିବେ ‌।

ପ୍ରାୟ ତିନି ମାସ ଧରି ଜାତିଗତ ହିଂସାରେ ଜଳୁଥିବା ମଣିପୁର ସ୍ଥିତି ବେଶ୍ ଗମ୍ଭୀର ଥିବା ଏହି ଗସ୍ତରୁ ଫେରି କହିଛନ୍ତି ‘ଇଣ୍ଡିଆ’ ସାଂସଦ ।

ମଣିପୁର ପ୍ରସଙ୍ଗକୁ ନେଇ ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଚାଲିପାରୁ ନାହିଁ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବି କରୁଛନ୍ତି। ମଣିପୁର ପ୍ରସଙ୍ଗରେ ବିରୋଧୀ ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଏହା ଉପରେ ଅଗଷ୍ଟ ୮ ତାରିଖରୁ ଆଲୋଚନା ହେବ ଓ ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୧୦ରେ ଉତ୍ତର ରଖିବେ ।

Comments are closed.