ଚାରିଧାମ ଯାତ୍ରାରେ ଥମୁନି ଭକ୍ତଙ୍କ ମୃତ୍ୟୁ, ପ୍ରାଣ ହରାଇଲେଣି ୧୦୦ରୁ ଅଧିକ ତୀର୍ଥଯାତ୍ରୀ

ନୂଆଦିଲ୍ଲୀ: ଚାରିଧାମ ଯାତ୍ରାରେ ଏପର୍ଯ୍ୟନ୍ତ ୧୦୦ ରୁ ଅଧିକ ଭକ୍ତଙ୍କ ମୃତ୍ୟୁ ହେଲାଣି । ଏଥି ମଧ୍ୟରେ କେଦାରନାଥରେ ସର୍ବାଧିକ ୫୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି | ସମୁଦ୍ର ପତ୍ତନଠାରୁ ବହୁ ଉଚ୍ଚରେ ଥିବା ଜାଗା, ଅମ୍ଳଜାନ ଅଭାବ ଏବଂ ଅସହ୍ୟ ଥଣ୍ଡା ସହ ହୃଦଘାତ ତୀର୍ଥଯାତ୍ରୀଙ୍କ ମୃତ୍ୟୁର କାରଣ ବୋଲି କୁହାଯାଉଛି ।

ଏଥର ମେ ୩ ରୁ କେନ୍ଦ୍ର ସରକାର ଚାରିଧାମ ଯାତ୍ରା ଆରମ୍ଭ କରିଥିଲେ। ମେ ୩ ରୁ ୨୭ ପର୍ଯ୍ୟନ୍ତ ଯାତ୍ରାରେ ଏପର୍ଯ୍ୟନ୍ତ ୧୦୨ ଜଣ ତୀର୍ଥଯାତ୍ରୀଙ୍କ ​​ମୃତ୍ୟୁ ହୋଇଛି। ଗତକାଲି (ରବିବାର) ମଧ୍ୟ ତିନିଜଣ ଭକ୍ତ ପ୍ରାଣ ହରାଇଛନ୍ତି। ତୀର୍ଥଯାତ୍ରୀଙ୍କ ମୃତ୍ୟୁକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫୦ ବର୍ଷରୁ ଅଧିକ ବୟସ୍କ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି। କିନ୍ତୁ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଥମିବାର ନାଁ ଧରୁନାହିଁ।

ଅନ୍ୟପଟେ ଯେଉଁ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ସେମାନଙ୍କୁ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି | କୁହାଯାଉଛି ଯେ ଚାରିଧାମ ଯାତ୍ରା ମାର୍ଗରେ ସ୍ଥାପିତ ମେଡିକାଲ ରିଲିଫ ସେଣ୍ଟରରେ ଏପର୍ଯ୍ୟନ୍ତ ୫୫୦୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୭ ହଜାର ଯାତ୍ରୀଙ୍କ ଓପିଡି କରାଯାଇଛି।

କେଉଁଠି କେତେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ:

କେଦାରନାଥ – ୫୦
ବଦ୍ରିନାଥ – ୧୯
ଯମୁନେତ୍ରୀ – ୨୬
ଗଙ୍ଗୋତ୍ରି – ୦୭
ମୋଟ – ୧୦୨ (ମେ ୨୯ ସୁଦ୍ଧା)

Comments are closed.