ଆମେରିକାରେ ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ୍, ମୋଟ ମାମଲାର ୭୩.୨ ପ୍ରତିଶତ ରୋଗୀ ନୂଆ ଭାରିଆଣ୍ଟ ଦ୍ଵାରା ଆକ୍ରାନ୍ତ

ୱାଶିଂଟନ୍: ଆମେରିକାରେ ବେକାବୁ ହେବାରେ ଲାଗିଛି ଓମିକ୍ରନ୍ । କରୋନାର ଏହି ନୂଆ ଷ୍ଟ୍ରେନ୍ ସେଠାରେ ଦ୍ରୁତ ଗତିରେ ବ୍ୟାପୁଛି | ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଦେଶର ନୂଆ ମାମଲାର ୭୩.୨ ପ୍ରତିଶତ ମାମଲା ଓମିକ୍ରନ୍ ସହ ଜଡ଼ିତ | ଆମେରିକାରେ ଜଣେ ଓମିକ୍ରନ୍ ରୋଗୀର ମୃତ୍ୟୁ ହୋଇଥିବା ଖବର ମଧ୍ୟ ରହିଛି । ରୋଗୀ ଜଣକ ଟିକା ନେଇନଥିଲେ ବୋଲି କୁହାଯାଇଛି ।

ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମଧ୍ୟ ଆଗାମୀ ବର୍ଷରେ ମହାମାରୀକୁ ଶେଷ କରିବା ପାଇଁ ଅଧିକ ଉଦ୍ୟମ କରିବାକୁ ଆହ୍ୱାନ କରିଛି |

ହ୍ବାଇଟ୍ ହାଉସର ପ୍ରେସ ସଚିବ ଜେନ ପାସାକି କହିଛନ୍ତି ଯେ ନୂଆ କୋଭିଡ ମାମଲାରେ ରେକର୍ଡ ବୃଦ୍ଧି ଘଟିଛି । ଯାହା ଦ୍ଵାରା କେତେକ ଦେଶରେ ପୁଣି କଡ଼ା କଟକଣା ଲାଗୁ ହୋଇଛି । କିନ୍ତୁ ଆମେରିକାରେ କଟକଣା ଲଗାଇବାକୁ ରାଷ୍ଟ୍ରପତି ଜୋ ବାଇଡେନଙ୍କର କୌଣସି ଯୋଜନା ନାହିଁ।

କୋଭିଡ -୧୯ ସ୍ଥିତି ନେଇ ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଦିନ ଦେଶକୁ ସମ୍ବୋଧିତ କରିବେ। ତିନି ଦିନ ତଳେ ପୂର୍ଣ୍ଣ ଡୋଜ୍ ଟିକା ନେଇଥିବା ଜଣେ ଅଧିକାରୀ ଯିଏକି ବାଇଡେନଙ୍କ ସହିତ ପ୍ରାୟ ଅଧ ଘଣ୍ଟା ଧରି ରହିଥିଲେ କୋଭିଡ ପଜିଟିଭ୍ ବୋଲି ଜଣାପଡିଥିଲା | ତେବେ ବାଇଡେନଙ୍କ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି।

Comments are closed.