ପଦ୍ମ ବିଭୂଷଣ ବାବାସାହେବ ପୁରନ୍ଦରେଙ୍କ ଦେହାନ୍ତ

ମୁମ୍ବାଇ: ବିଶିଷ୍ଟ ଐତିହାସିକ ଓ ଲେଖକ ତଥା ପଦ୍ମ ବିଭୂଷଣ ପୁରସ୍କାର ପ୍ରାପ୍ତ ବଲୱନ୍ତ ମୋରେଶ୍ୱର ପୁରନ୍ଦରେଙ୍କ ଆଜି ସକାଳେ ପୁଣେର ଏକ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ଶିବ ଶାହିର ବାବାସାହେବ ପୁରନ୍ଦରେଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ପୁରନ୍ଦରେଙ୍କ ବିୟୋଗରେ ସେ ମର୍ମାହତ ବୋଲି ମୋଦି କହିଛନ୍ତି ।

ପୁରନ୍ଦରେଙ୍କଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି। ବାବାସାହେବ ପୁରନ୍ଦରେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ | ତାଙ୍କ ମୃତ୍ୟୁ ବିଷୟରେ ଜଣେ ଡାକ୍ତର ସୂଚନା ଦେଇଥିଲେ। ସପ୍ତାହେ ପୂର୍ବରୁ ସେ ନିମୋନିଆରେ ପୀଡିତ ହୋଇଥିଲେ ​​ଏବଂ ତାଙ୍କୁ ସହରର ଦିନାନାଥ ମଙ୍ଗେଶକର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଲାଇଟ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି।

ପୁରନ୍ଦରେଙ୍କ ଅଧିକାଂଶ କାର୍ଯ୍ୟ ମରାଠା ଯୋଦ୍ଧା ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ | ତାଙ୍କୁ ୨୦୧୯ରେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା। ପୁରନ୍ଦରେ ୨୯ ଜୁଲାଇ ୧୯୨୨ରେ ଜନ୍ମଗ୍ରହଣ କରିଥିଲେ |

Comments are closed.