ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଅନ୍ତର୍ଜାତୀୟ ଭିକାରୀ କହିଲେ ବିରୋଧୀ ଦଳ ସାଂସଦ

ଇସଲାମାବାଦ: ପାକିସ୍ତାନରେ ରାଜନୈତକ ହଟଚମଟ ଶେଷ ହେବାର ନାଁ ଧରୁନାହିଁ । କିନ୍ତୁ ରାଜନୈତିକ ଦଳ, ବିଶେଷକରି ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ଏବଂ ଅନ୍ୟ ସମସ୍ତ ଦଳର ସାଂସଦ ମାନଙ୍କ ମଧ୍ୟରେ ତିକ୍ତତା ଦାଣ୍ଡରେ ପଡ଼ି ହାଟରେ ଗଡୁଥିବା ଦେଖିବାକୁ ମିଳୁଛି । ଏପରି ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି | ଏଥିରେ ଇମ୍ରାନ ଖାନଙ୍କ ଦଳର ଜଣେ ସାଂସଦ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଆନ୍ତର୍ଜାତୀୟ ଭିକାରୀ ବୋଲି କହୁଛନ୍ତି। ତାଙ୍କ ଏହି ଭିଡିଓ ନ୍ୟାସନାଲ ଆସେମ୍ବ୍ଲିରେ ହିଁ ରେକର୍ଡ କରାଯାଇଛି ଏବଂ ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରିପୋର୍ଟ ଅନୁଯାୟୀ, ଏହି ଭିଡିଓଟି ସେହି ସମୟର ଯେତେବେଳେ ଶାହବାଜ ସରିଫ ପାକିସ୍ତାନୀ ସଂସଦରେ ଆସ୍ଥା ଭୋଟରେ ନିଜ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରୁଥିଲେ । ସେତେବେଳେ ଇମ୍ରାନ ଖାନଙ୍କ ଦଳର ସାଂସଦ ଫହିମ ଖାନ, ଶାହବାଜଙ୍କୁ ଏକ ଆନ୍ତର୍ଜାତୀୟ ଭିକାରୀ ବୋଲି ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ଶାହବାଜ ସରିଫଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। କରାଚି ସାଂସଦ ଫହିମ ଖାନ ଏହି ଭିଡିଓକୁ ଶାହବାଜ ସରିଫଙ୍କ ସାମ୍ନାରେ ସୁଟିଂ କରିଛନ୍ତି। ଭିଡିଓରେ, ଫହିମ କେବଳ କିଛି ସମୟ ପାଇଁ ଦେଖାଯାଉଛନ୍ତି ଏବଂ ଏହା ପରେ ସେ କ୍ୟାମେରାକୁ ଶାହାବାଜ ସରିଫ ଆଡକୁ ବୁଲାଉଛନ୍ତି | ଭିଡ଼ିଓରେ ଫହିମ କହିଛନ୍ତି ଯେ ଶାହବାଜ ସରିଫ ଜଣେ ଆନ୍ତର୍ଜାତୀୟ ଭିକାରୀ।

ଫହିମ ଖାନ ଏତିକିରେ ଅଟକି ନାହାଁନ୍ତି । ସେ ଭିଡିଓରେ ପାଟି କରି କହିଛନ୍ତି ଯେ ପିଟିଆଇ ଏକ ସଚ୍ଚୋଟ ପାର୍ଟି ହୋଇଥିବାବେଳେ ଶାହବାଜ ସରିଫ ପ୍ରକୃତରେ ଜଣେ ଆନ୍ତର୍ଜାତୀୟ ଭିକାରୀ। ସେ ଆମକୁ ଭିକାରୀ ବୋଲି କହନ୍ତି । ଆମେ ସ୍ୱାର୍ଥପର ଲୋକ | ଆମେ ଭିକାରୀ ନୋହୁଁ, କିନ୍ତୁ ଏହି ବ୍ୟକ୍ତି (ସରିବ) ଭିକାରୀ | ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର ହେବାର କିଛି ଘଣ୍ଟା ପରେ ଶାହବାଜ ସରିଫ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

Comments are closed.