ହାଫିଜ୍ ସଇଦକୁ ୩୧ ବର୍ଷ ଜେଲ୍

ଇସଲାମାବାଦ: ଆତଙ୍କବାଦୀ ହାଫିଜ ସଇଦକୁ ପାକିସ୍ତାନର ଏକ ଆତଙ୍କବାଦୀ ନିରୋଧି କୋର୍ଟ ୩୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛି। ଏହା ସହିତ କୋର୍ଟ ସଇଦକୁ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ମାମଲାରେ ସଇଦକୁ ଏହି ଦଣ୍ଡାଦେଶ ହୋଇଛି। ମିଳିତ ଜାତିସଂଘ ଦ୍ୱାରା ଜମାତ-ଉଦ-ଦାୱା (ଜେୟୁଡି) ମୁଖ୍ୟ ହାଫିଜ ସଇଦଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରାଯାଇଛି। ଆମେରିକା ମଧ୍ୟ ସଇଦର ମୁଣ୍ଡ ଉପରେ ୧୦ ମିଲିୟନ ଆମେରିକୀୟ ଡଲାରର ପୁରସ୍କାର ରଖିଥିଲା। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମଧ୍ୟ ମାଷ୍ଟର ମାଇଣ୍ଡ ଥିଲା ହାଫିଜ ସଇଦ । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ୧୬୧ ଜଣଙ୍କର ମୃତ୍ୟୁ ହୋଇଥିଲା।

ଜୁଲାଇ ୨୦୧୯ ରେ ଲାହୋରରୁ ଗୁଜରନୱାଲା ଅଭିମୁଖେ ଯାଉଥିବାବେଳେ ହାଫିଜ ସଇଦଙ୍କୁ ପାକିସ୍ତାନର ଆତଙ୍କବାଦ ନିରୋଧି ବିଭାଗ ଗିରଫ କରିଥିଲା।

Comments are closed.