ପନ୍ତଙ୍କୁ ଡବଲ ଝଟକା, ଶୋଚନୀୟ ପରାଜୟ ସାଙ୍ଗକୁ ୨୪ ଲକ୍ଷ ଜୋରିମାନା

ବିଶାଖାପଟନମ୍: ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କୁ ଆଇପିଏଲ ୨୦୨୪ରେ ଦ୍ୱିତୀୟ ଥର ମନ୍ଥର ଓଭର ହାର ପାଇଁ ୨୪ ଲକ୍ଷ ଜୋରିମାନା ହୋଇଛି। ବୁଧବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ପନ୍ତଙ୍କ ନେତୃତ୍ଵାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ମନ୍ଥର ଓଭର ରେଟ୍ ନେଇ ଅଭିଯୋଗ ହୋଇଥିଲା । ଏହାଛଡ଼ା ତାଙ୍କ ଦଳର ଅବଶିଷ୍ଟ ଖେଳାଳିଙ୍କୁ ମ୍ୟାଚ୍ ଫି’ର ୨୫ ପ୍ରତିଶତ ଜୋରିମାନା ହୋଇଛି।

ଆଇପିଏଲ ଏକ ବିବୃତ୍ତିରେ କହିଛି, “ଚଳିତ ସିଜନରେ ଆଇପିଏଲ ଆଚରଣ ସଂହିତା ଅନୁଯାୟୀ ଏହା ଦଳର ଦ୍ୱିତୀୟ ଅପରାଧ ।‌ ତେଣୁ ପନ୍ତଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଇମ୍ପାକ୍ଟ ପ୍ଲେୟାର ସମେତ ବାକି ଖେଳାଳିଙ୍କୁ ମ୍ୟାଚ୍ ଫି’ର ୨୫ ପ୍ରତିଶତ କିମ୍ବା ୬ ଲକ୍ଷରୁ ଯାହା କମ୍ ଜୋରିମାନା ଲାଗିଛି ।

ବିଶାଖାପଟନମରେ ଅନୁଷ୍ଠିତ ଏହି ମ୍ୟାଚରେ କେକେଆର୍ ଠାରୁ ୧୦୬ ରନରେ ଶୋଚନୀୟ ପରାଜୟ ବରଣ କରିଥିଲା ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି କେକେଆର୍ ୭ ଓ୍ବିକେଟ୍ ହରାଇ ୨୭୨ ରନ୍ କରିଥିଲା । ଆଇପିଏଲ୍ ଇତିହାସରେ ଏହା ଦ୍ବିତୀୟ ସର୍ବାଧିକ ସ୍କୋର ।

Comments are closed.