ପପୁ ଯାଦବଙ୍କ ଦଳ ‘ଜନ ଅଧିକାର’ର କଂଗ୍ରେସରେ ବିଲୟ

ପାଟଣା: ବିହାରରେ ପପୁ ଯାଦବ ତାଙ୍କ ଦଳ ‘ଜନ ଅଧିକାର’କୁ କଂଗ୍ରେସରେ ବିଲୟ କରିଛନ୍ତି। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ପପୁ ଯାଦବ ଏହି ସୂଚନା ଦେଇଛନ୍ତି।

ପପୁ ଯାଦବ ଗଣମାଧ୍ୟମକୁ କହିଛନ୍ତି, ‘ଜନ ଅଧିକାର’ ପାର୍ଟି କଂଗ୍ରେସରେ ମିଶ୍ରଣ ହୋଇଛି। ପପୁଙ୍କ ପତ୍ନୀ ରଣଜିତ୍ ରଂଜନ ଜଣେ କଂଗ୍ରେସ ନେତ୍ରୀ ତଥା ରାଜ୍ୟସଭା ସାଂସଦ।ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ପପୁ ଯାଦବଙ୍କୁ ତାଙ୍କ ପତ୍ନୀଙ୍କ ନାମ ନେବାକୁ କୁହାଯାଇଥିଲା ସେ କହିଥିଲେ – ସେ ଜଣେ କଂଗ୍ରେସ ନେତ୍ରୀ। ତାଙ୍କ ନାମ ନେବା ଠିକ୍ ହେବନି । କଂଗ୍ରେସର ମର୍ଯ୍ୟାଦା ବିଷୟରେ ମୁଁ ଅବଗତ ଅଛି।

ରାହୁଲ ଗାନ୍ଧୀଙ୍କୁ‌ ପ୍ରଶଂସା କରି ପପୁ ଯାଦବ‌ କହିଛନ୍ତି, ଓବିସି ସମୁଦାୟ ପ୍ରତି ରାହୁଲଙ୍କ ଯେଉଁ ପ୍ରତିବଦ୍ଧତା ରହିଛି, ସେଥିପାଇଁ ମୁଁ ଏହି ଲଢେଇର ଅଂଶୀଦାର ହେବାକୁ ଚାହୁଁଥିଲି |

Comments are closed.