ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତିୟ ବିଲକୁ ସଂସଦର ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସଂଶୋଧନ) ବିଧେୟକକୁ ମଙ୍ଗଳବାର ସଂସଦର ମଞ୍ଜୁରି ମିଳିଛି। ଏଥିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟଙ୍କ କାର୍ଯ୍ୟକାଳକୁ ବର୍ତ୍ତମାନର ଦୁଇ ବର୍ଷରୁ ପାଞ୍ଚ ବର୍ଷକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ସମ୍ପ୍ରତି ଜଣେ ଇଡି ନିର୍ଦ୍ଦେଶକ ଦୁଇ ବର୍ଷ ନିଜ ପଦରେ ରହନ୍ତି |

ରାଜ୍ୟସଭାରେ ବାଚନିକ ଭୋଟ୍ ଦ୍ବାରା ଏହି ବିଲ୍ ପାରିତ ହେବା ପରେ ଏହା ସଂସଦର ଅନୁମୋଦନ ଲାଭ କରିଥିଲା। ଏହି ବିଧେୟକ ଡିସେମ୍ବର ୯ରେ ଲୋକସଭାରେ ପାରିତ ହୋଇଥିଲା।

ସଂସଦର ଶୀତ ଅଧିବେଶନର କିଛି ଦିନ ପୂର୍ବରୁ ସରକାର ଗତ ମାସରେ ସିବିଆଇର ନିର୍ଦ୍ଦେଶକ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟଙ୍କ କାର୍ଯ୍ୟକାଳ ବଢାଇବା ପାଇଁ ଦୁଇଟି ଅଧ୍ୟାଦେଶ ଜାରି କରିଥିଲେ।

Comments are closed.