ତୃଣମୂଳ କଂଗ୍ରେସରୁ ପାର୍ଥ ଚାଟାର୍ଜୀ ନିଲମ୍ବିତ

କୋଲକାତା: ଶିକ୍ଷକ ନିଯୁକ୍ତି ସ୍କାମରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କୁ ତୃଣମୂଳ କଂଗ୍ରେସରୁ ନିଲମ୍ବିତ କରାଯାଇଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ କ୍ୟାବିନେଟରୁ ହଟାଇ ଦେଇଥିଲେ । ଆଜି ସନ୍ଧ୍ୟାରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ସନ୍ଧ୍ୟାରେ ଶୃଙ୍ଖଳା କମିଟିର ବୈଠକ ଡାକି ପାର୍ଥଙ୍କୁ ଦଳର ସବୁ ପଦରୁ ହଟାଇ ଦେଇଛନ୍ତି। ପାର୍ଥ ତୃଣମୂଳ କଂଗ୍ରେସର ମହାସଚିବ ପଦ ଦାୟିତ୍ୱରେ ଥିଲେ | ଗିରଫ ହେବାର ୫ ଦିନ ପରେ ଦଳ ତାଙ୍କ ବିରୋଧରେ ଏହି ଆକ୍ସନ ନେଇଛି ।

ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଦୁଇଟି ଘରୁ ୫୦ କୋଟିରୁ ଉର୍ଦ୍ଧ୍ବ ନଗଦ ବିପୁଳ ସୁନା ଅଳଙ୍କାର ମିଳିବା ପରେ ପାର୍ଥ ଚାଟାର୍ଜୀଙ୍କୁ ହଟାଇବାକୁ ବିରୋଧୀ ଦାବି କରିଥିଲେ । ଏପରିକି ଟିଏମସି ଭିତରୁ ମଧ୍ୟ ପାର୍ଥଙ୍କୁ ବିଦା କରିବା ପାଇଁ ଦାବି ହୋଇଥିଲା ।

ପାର୍ଥଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ମମତା ବାନାର୍ଜୀ କହିଛନ୍ତି – ଏହା ଏକ ବଡ଼ ଷଡଯନ୍ତ୍ରର ଅଂଶ। କେବଳ ଗୋଟିଏ ମହିଳାଙ୍କ ଘରୁ ଟଙ୍କା ଜବତ କରାଯାଇଛି। ଭ୍ରଷ୍ଟାଚାର ପ୍ରସଙ୍ଗରେ ଟିଏମସି କଠୋର ଆଭିମୁଖ୍ୟ ଗ୍ରହଣ କରିଥାଏ । ତେଣୁ ପାର୍ଥଙ୍କୁ ହଟାଇ ଦିଆଯାଇଛି। ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ | ଏହା ଏକ ବଡ଼ ଗେମ୍ ଯାହା ବିଷୟରେ ବର୍ତ୍ତମାନ ଅଧିକ କିଛି ସେ କହିପାରିବେ ନାହିଁ |

Comments are closed.