ଇଣ୍ଡିଗୋର ମୁମ୍ବାଇ-ରାଞ୍ଚି ଫ୍ଲାଇଟରେ ରକ୍ତବାନ୍ତି କରି ଯାତ୍ରୀଙ୍କ ମୃତ୍ୟୁ

ନାଗପୁର: ଇଣ୍ଡିଗୋର ମୁମ୍ବାଇ-ରାଞ୍ଚି ଫ୍ଲାଇଟରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଯାତ୍ରୀ ଜଣକ ରକ୍ତବାନ୍ତି କରିବା ପରେ ନାଗପୁରରେ ବିମାନର ଜରୁରୀ ଅବତରଣ ହୋଇଥିଲା । ଅସୁସ୍ଥ ଯାତ୍ରୀଙ୍କୁ ତୁରନ୍ତ ଏକ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ନାଗପୁର କିମସ୍ ହସ୍ପିଟାଲ୍ ଡିଜିଏମ୍ ଏଜାଜ୍ ଶାମି କହିଛନ୍ତି, ୬୨ ବର୍ଷୀୟ ଯାତ୍ରୀ କିଡନୀ ଏବଂ ଯକ୍ଷ୍ମା ରୋଗରେ ପୀଡିତ ଥିଲେ। ଅସୁସ୍ଥ ଯାତ୍ରୀ ବିମାନରେ ରକ୍ତ ବାନ୍ତି କରିଥିଲେ। ତାଙ୍କୁ କିମସ ହସ୍ପିଟାଲକୁ ଅଣାଯିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି ସେ କହିଛନ୍ତି ।

Comments are closed.