ଦିଲ୍ଲୀକୁ ସାମ୍ପ୍ରଦାୟିକ ଦଙ୍ଗାରୁ ରକ୍ଷା କରିବାରେ ଅମିତ ଶାହା ବିଫଳ ହୋଇଛନ୍ତି: ଶରଦ ପାୱାର

ନୂଆଦିଲ୍ଲୀ: ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗାକୁ ନେଇ ଏନସିପି ସଭାପତି ଶରଦ ପାୱାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ପାୱାର କହିଛନ୍ତି ଯେ ଶାହା ଦିଲ୍ଲୀକୁ ସାମ୍ପ୍ରଦାୟିକ ଦଙ୍ଗାରୁ ରକ୍ଷା କରିବାରେ ବିଫଳ ହୋଇଛନ୍ତି। ପଶ୍ଚିମ ମହାରାଷ୍ଟ୍ରର କୋଲହାପୁରରେ ଏକ ଏନସିପି ରାଲିକୁ ସମ୍ବୋଧିତ କରି ପାୱାର ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଘଟିଥିବା ହିଂସା ବିଷୟରେ କହିଥିଲେ।

ଶରଦ ପାୱାର କହିଛନ୍ତି, “କିଛି ଦିନ ତଳେ ସାମ୍ପ୍ରଦାୟିକ ହିଂସା ଯୋଗୁଁ ଦିଲ୍ଲୀ ଜଳୁଥିଲା। ଦିଲ୍ଲୀ ରାଜ୍ୟକୁ (ମୁଖ୍ୟମନ୍ତ୍ରୀ) ଅରବିନ୍ଦ କେଜ୍ରିୱାଲ ନିୟନ୍ତ୍ରିତ କରୁଛନ୍ତି କିନ୍ତୁ ସେଠାରେ ଥିବା ପୋଲିସ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ଅଛି ଯାହା ଅମିତ ଶାହା ଦେଖୁଛନ୍ତି । ସହରକୁ ସାମ୍ପ୍ରଦାୟିକ ଦଙ୍ଗାରୁ ବଞ୍ଚାଇବା ରେ ଶାହା ବିଫଳ ହୋଇଛନ୍ତି।

ଏନସିପି ମୁଖ୍ୟ କହିଛନ୍ତି ଯେ ଯଦି ଦିଲ୍ଲୀରେ କିଛି ଘଟେ ତେବେ ଏହାର ବାର୍ତ୍ତା ସମଗ୍ର ବିଶ୍ୱକୁ ଯାଇଥାଏ। ସେ କହିଛନ୍ତି ଯେ ଦିଲ୍ଲୀରେ ପରିବେଶ ଅଶାନ୍ତ ବୋଲି ବିଶ୍ୱ ସମୁଦାୟ ଜାଣିଲେଣି। ଆପଣ କ୍ଷମତାରେ ଥାଇ ମଧ୍ୟ ଦିଲ୍ଲୀକୁ ସମ୍ଭାଳି ପାରୁନାହାଁନ୍ତି ।

Comments are closed.