ଇସ୍ରୋର ସୂଚନା, ‘ଆଦିତ୍ୟ-ଏଲ୍୧’ରେ ଲାଗିଥିବା ପେଲୋଡ୍ ହେଲା ସକ୍ରିୟ

ବେଙ୍ଗାଲୁରୁ: ଭାରତର ଆଦିତ୍ୟ-ଏଲ୍୧ ଉପଗ୍ରହରେ ଲାଗିଥିବା ପେଲୋଡ୍ ‘ଆଦିତ୍ୟ ସୋଲାର ଓ୍ବିଣ୍ଡ୍ ପାର୍ଟିକଲ ଏକ୍ସପେରିମେଣ୍ଟ୍’ ନିଜ କାମ ଆରମ୍ଭ କରିଛି । ଏହା ସ୍ବାଭାବିକ ଭାବେ କାର୍ଯ୍ୟ କରୁଛି‌ ବୋଲି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଶନିବାର ସୂଚନା ଦେଇଛି।

ଇସ୍ରୋ ସେପ୍ଟେମ୍ବର ୨ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଦିତ୍ୟ-ଏଲ୍୧ ମହାକାଶଯାନକୁ ସଫଳତାର ସହ ଉତକ୍ଷେପଣ କରିଥିଲା |

ଇସ୍ରୋ କହିଛି, ସୂର୍ଯ୍ୟର ଅଧ୍ୟୟନ ପାଇଁ ‘ଆଦିତ୍ୟ- ଏଲ୍୧’ ହେଉଛି ପ୍ରଥମ ଅନ୍ତରୀକ୍ଷ ଆଧାରିତ ଅବଜେର୍ଭୋଟରି । ଏହା ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଲାଙ୍ଗ୍ରେଜିଆନ ପଏଣ୍ଟ ‘ଏଲ୍୧’ର ନିକଟରେ ଏକ ପ୍ରଭାମଣ୍ଡଳରୁ ସୂର୍ଯ୍ୟର ଅଧ୍ୟୟନ କରୁଛି |

ଇସ୍ରୋର ବିବୃତ୍ତି ମୁତାବକ, ‘ଆଦିତ୍ୟ ସୋଲାର ଓ୍ବିଣ୍ଡ୍ ପାର୍ଟିକଲ ଏକ୍ସପେରିମେଣ୍ଟ୍’ (ଏଏସପିଇଏକ୍ସ) ଦୁଇଟି ଅତ୍ୟାଧୁନିକ ଉପକରଣ ସୋଲାର ଓ୍ବିଣ୍ଡ ଆୟନ୍ ସ୍ପେକ୍ଟ୍ରୋମିଟର (ଏସଡବ୍ଲୁଆଇଏସ୍) ଏବଂ ସୁପ୍ରାଥର୍ମାଲ୍ ଆଣ୍ଡ୍ ଏନର୍ଜେଟିକ୍ ପାର୍ଟିକାଲ୍ ସ୍ପେକ୍ଟ୍ରୋମିଟର (ଏସଟିଇପିଏସ୍)କୁ ନେଇ ଗଠିତ | ଏସଟିଇପିଏସ୍ ଉପକରଣ ୧୦ ସେପ୍ଟେମ୍ବର ୨୦୨୩ରେ ଲଞ୍ଚ କରାଯାଇଥିଲା। ଏସଡବ୍ଲୁଆଇଏସ୍ ଉପକରଣ ୨ ନଭେମ୍ବର ୨୦୨୩ ରେ ସକ୍ରିୟ ହୋଇଥିଲା ଏବଂ ଭଲ ପ୍ରଦର୍ଶନ କରୁଛି |

ଏହି ଉପକରଣ ସଫଳତାର ସହିତ ସୌର ପବନ ଆୟନ, ବିଶେଷକରି ପ୍ରୋଟନ୍ ଏବଂ ଆଲଫା କଣିକା ଆକଳଳ କରିବାରେ ସଫଳ ହୋଇଛି ବୋଲି ଇସ୍ରୋ ତରଫରୁ କୁହାଯାଇଛି ‌।

Comments are closed.