ରୁଷର ଆକ୍ରମଣ ପରେ ପ୍ରାଣ ବିକଳରେ ୟୁକ୍ରେନ ରାଜଧାନୀ ଛାଡ଼ୁଛନ୍ତି ଲୋକ

କିଏଭ୍: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିବା ପରେ ୟୁକ୍ରେନରେ ବହୁ ସଂଖ୍ୟାରେ ଲୋକ ପ୍ରାଣ ବିକଳରେ ରାଜଧାନୀ କିଏଭ୍ ଛାଡି ପଳାଉଥିବା ଦେଖିବାକୁ ମିଳିଛି । ପୁଟିନଙ୍କ ଘୋଷଣାର କିଛି ସମୟ ପରେ ୟୁକ୍ରେନ ଉପରେ ବୋମା ବିସ୍ଫୋରଣ ଏବଂ କ୍ଷେପଣାସ୍ତ୍ର ମାଡ଼ ଆରମ୍ଭ ହୋଇଯାଇଛି ।

ୟୁକ୍ରେନର ରାଜଧାନୀ କିଏଭ୍ ରେ ଜରୁରୀକାଳୀନ ସାଇରନ୍ ବାଜିବା ଶୁଣିବାକୁ ମିଳୁଛି | ଏହାପରେ ଲୋକମାନେ ସହର ଛାଡ଼ି ପଳାଇବା ଆରମ୍ଭ କରିଛନ୍ତି । ଏକ୍ସପ୍ରେସଓ୍ବେରେ ବହୁ ସଂଖ୍ୟକ କାର୍ ଦେଖିବାକୁ ମିଳିଛି |

ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦର୍ଶାଉଛି ଯେ ରୁଷର ଆକ୍ରମଣ ପରେ କିଏଭ୍ ରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଟେଲିଭିଜନ ଫୁଟେଜରେ ଲୋକମାନେ ରାସ୍ତାରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି |

ରାଜଧାନୀ କିଏଭର ରାଜରାସ୍ତାରେ ବହୁତ ଲୋକ ଏଟିଏମ ସୁପରମାର୍କେଟ ଆଗରେ ଲମ୍ବା ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି ।

Comments are closed.