ୟୁକ୍ରେନ ଉପରେ ଆକ୍ରମଣ ନେଇ ପୁଟିନ ନିଜ ଦେଶରେ ବିରୋଧର ସମ୍ମୁଖୀନ, ଯୁଦ୍ଧ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ରୁଷ୍ ବାସୀ

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେବା ପରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନିଜ ଦେଶରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ଲୋକମାନେ ରାସ୍ତାକୁ ଓହ୍ଲାଇ ଯୁଦ୍ଧର ସ୍ଲୋଗାନ ଦେଉଛନ୍ତି। ଯୁଦ୍ଧ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରୁଷ୍ ପୋଲିସ ଅନେକ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି। ସୂଚନାନୁସାରେ, ପ୍ରାୟ ଏକ ହଜାର ଲୋକଙ୍କୁ ପୋଲିସ ଅଟକ ରଖିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେନ୍ଦ୍ରୀୟ ମସ୍କୋରେ ଦୁଇ ହଜାର ଲୋକ ୟୁକ୍ରେନ ଉପରେ ପୁଟିନଙ୍କ ଯୁଦ୍ଧ ଘୋଷଣାକୁ ବିରୋଧ କରି ଏକାଠି ହୋଇଥିବାବେଳେ ପିଟର୍ସବର୍ଗରେ ଏକ ହଜାରରୁ ଅଧିକ ଲୋକ ଏହି ଆକ୍ରମଣକୁ ବିରୋଧ କରିଥିଲେ। ୟୁକ୍ରେନ ଉପରେ ଆକ୍ରମଣ ପରେ ପୁଟିନଙ୍କ ନିର୍ଦ୍ଦେଶ ପରେ ବହୁ ରୁଷୀୟ ମାନବାଧିକାରୀ କର୍ମୀ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଯୁଦ୍ଧକୁ ବିରୋଧ କରିବାକୁ ଆହ୍ବାନ କରିଥିଲେ। ମସ୍କୋରେ ବିକ୍ଷୋଭକାରୀମାନେ ‘ନୋ ଓ୍ବାର୍’ ର ସ୍ଲୋଗାନ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ରୁଷ୍-ୟୁକ୍ରେନ ସୀମାରେ ଆରମ୍ଭ ହୋଇଥିବା ବିବାଦ ବର୍ତ୍ତମାନ ଯୁଦ୍ଧର ରୂପ ନେଇଛି। ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି | ୟୁକ୍ରେନରେ ରୁଷ।ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବର୍ତ୍ତମାନ ଉଭୟ ଦେଶରେ ଭିନ୍ନ ଭିନ୍ନ ଦାବି କରାଯାଉଛି। ଏହି ସମସ୍ତ ଦାବି ମଧ୍ୟରେ ଖବର ଆସୁଛି ଯେ ରୁଷର ସ ସୈନ୍ୟମାନେ ୟୁକ୍ରେନର ରାଜଧାନୀ କିଭ୍ ରେ ପ୍ରବେଶ କରିଛନ୍ତି। ଏହା କୁହାଯାଉଛି ଯେ ରୁଷର ସେନା ଖୁବ୍ ଶୀଘ୍ର ୟୁକ୍ରେନର ରାଜଧାନୀ କିଭକୁ ନିଜ କବଜାରେ ନେବେ। ଏହାଛଡ଼ା ଗତକାଲି ଠାରୁ ରୁଷର ଯୁଦ୍ଧ ବିମାନ ୟୁକ୍ରେନର ଆକାଶରେ ବୁଲୁଛି। ଦୁଇ ଦେଶ ମଧ୍ୟରେ ସୃଷ୍ଟି ହେଉଥିବା ଏହି ପରିସ୍ଥିତି ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି |

Comments are closed.