ବୁଷ୍ଟର ଡୋଜ୍ ପାଇଁ ୬୦ରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ମେଡିକାଲ୍ ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବନି

ନୂଆଦିଲ୍ଲୀ: ୧୫ ରୁ ୧୮ ବର୍ଷ ବୟସର ପିଲାଙ୍କୁ ଜାନୁଆରୀ ୩ରୁ କରୋନା ଟିକା ଦିଆଯିବ | ଏହାସହ ଜାନୁଆରୀ ୧୦ରୁ ପୁରୁଣା ରୋଗରେ ପୀଡ଼ିତ ୬୦ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ | ୬୦ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ବୁଷ୍ଟର ଡୋଜ୍ ପାଇବା ପାଇଁ କୌଣସି ପ୍ରକାରର ମେଡିକାଲ୍ ସାର୍ଟିଫିକେଟ୍ ଦେଖାଇବାକୁ ପଡିବ ନାହିଁ | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ ବୁଷ୍ଟର ଡୋଜ୍ ନେବା ପୂର୍ବରୁ ଏହିପରି ଲୋକମାନେ ଡାକ୍ତରୀ ପରାମର୍ଶ ନେବା ଜରୁରୀ।

ଏହାଛଡ଼ା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ୧୫-୧୮ ବର୍ଷର ପିଲାଙ୍କ ଟିକାକରଣ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି। ଏହା ଅନୁଯାୟୀ ଟିକାକରଣ ପାଇଁ ରେଜିଷ୍ଟ୍ରେସନ୍ ଅନଲାଇନରେ କିମ୍ବା ଟିକା କେନ୍ଦ୍ରରେ ହୋଇପାରିବ। ତେବେ ଟିକାକରଣ ସ୍ଲଟ୍ ଉପଲବ୍ଧ ହେଲେ ହିଁ ଏହି ସୁବିଧା କେନ୍ଦ୍ରରେ ଉପଲବ୍ଧ ହେବ | ଏହା ବ୍ୟତୀତ ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଡ୍ୟୁଟିରେ ଅବସ୍ଥାପିତ ହେବାକୁ ଥିବା ସୁରକ୍ଷା କର୍ମୀଙ୍କୁ ମଧ୍ୟ ଫ୍ରଣ୍ଟ ଲାଇନ୍ କର୍ମକର୍ତ୍ତା ଶ୍ରେଣୀରେ ଗଣାଯିବ।

Comments are closed.